ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | January 23, 2021 IST

ଆନନ୍ଦପୁର ୨୩।୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକିରପୁର ଗାଁରୁ ଜଣେ ଲୁଗା ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଜ ଦୋକାନ ଘରୁ ମିଳିଛି ମୃତଦେହ । ମୃତକ ହେଲେ ଗାଁର ଦିବ୍ୟରଞ୍ଜନ ପାତ୍ର ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ପରି ଦିବ୍ୟ ନିଜ ଦୋକାନ ଘରେ ରାତିରେ ଶୋଇଥିଲେ । ଶନିବାର ସକାଳୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଦୋକାନ ଘର ଭିତରପଟୁ ବନ୍ଦ ଥିବା ଦେଖି ସନ୍ଦେହ କରିଥିଲେ । କବାଟ ଭାଙ୍ଗି ଦେଖିବାରୁ ଦିବ୍ୟ ଅଚେତ ଅବସ୍ଥାରେ ପଡିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ବେକରେ ଦାଗ ରହିଥିବାରୁ ପରିବାର ପକ୍ଷରୁ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଖବରପାଇ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.