କୋଇଲା ୱାଗନ ଭିତରୁ ମୃତଦେହ ଉଦ୍ଧାର, ଅନଲୋଡିଂ ସମୟରେ ମିଳିଲା

Published By : Prameya-News7 Bureau | May 30, 2020 IST

ଅନୁଗୋଳ ୩୦।୫: କୋଇଲା ୱାଗନ ଭିତରୁ ମିଳିଲା ମୃତଦେହ । କୋଇଲା ଟ୍ରେନରୁ କୋଇଲା ଅନଲୋଡିଂ ସମୟରେ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି କାହାର ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":278303,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ନାଲକୋ CPP ପ୍ଲାଣ୍ଟର କୋଇଲା ୱାଗନ ଭିତରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ନାଲକୋ କର୍ତ୍ତୃପକ୍ଷ ସାଇଡିଂ ଭିତରେ ଏକ ମୃତଦେହ ଥିବା ନେଇ ନାଲକୋ ଥାନାରେ ଜଣାଇଥିଲେ ।

{"id":278304,"sizeSlug":"large"}

ମୃତଦେହ ଉଦ୍ଧାର ପରେ ପ୍ଲାଣ୍ଟ ଭିତରକୁ କାହାକୁ ଛଡାଯାଉ ନାହିଁ । ନାଲକୋ ପୋଲିସ ପ୍ଲାଣ୍ଟ ଭିତରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁଠୁ ଏବଂ କିପରି କୋଇଲା ସାଇଡିଂ ଭିତରକୁ ମୃତଦେହ ଆସିଛି ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.