Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀ ପୋଲରେ ଲାଗିଥିଲା ଶବ

27/09/2021 at 3:40 PM

ଦେବଗଡ ୨୭।୯: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଲୁଧୁଣୀ ଗ୍ରାମର ଚକ୍ର ମୁଣ୍ଡାଙ୍କ ୨୬ ବର୍ଷ ବୟସ୍କ ପୁଅ ସୁଶାନ୍ତ ମୁଣ୍ଡା।

ସୁଶାନ୍ତ ଗତ ୨୩ ତାରିଖଠାରୁ ନଦୀକୁ ଗାଧୋଇବାକୁ ଆସି ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର  କୌଣସି ପତ୍ତା ମିଳିନଥିଲା। ସୋମବାର ବାରକୋଟ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲରେ ଶବ ଲାଗିଥିବା ବେଳେ ଏହି ଖବରପାଇ ପରିବାର ଲୋକ ଆସି ଶବ ଚିହ୍ନଟ କରିଥିଲେ। ପରେ ବାରକୋଟ ପୋଲିସ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ବାରକୋଟ ଥାନା ପୋଲିସ ଘଟଣାର ଅଧିକ  ତଦନ୍ତ କରୁଛନ୍ତି ।

   Related Posts