ଆଠଗଡ଼ର କ୍ବାରେଣ୍ଟାଇନ୍ ସେଣ୍ଟରରୁ ପ୍ରବାସୀ ଓଡ଼ିଆଙ୍କ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 01, 2020 IST

କଟକ ୧/୬: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅସ୍ଥାୟୀ କ୍ଵାରେଣ୍ଟାଇନ ସେଣ୍ଟର ପାଖରେ ପ୍ରବାସୀ ଫେରନ୍ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ବଡ଼ମ୍ବା ବ୍ଲକ କୃଷ୍ଣ ଚନ୍ଦ୍ର ପୁର ପଞ୍ଚାୟତର ଅସ୍ଥାୟୀ କ୍ଵାରେଣ୍ଟାଇନ ସେଣ୍ଟରର ପାଚେରୀ ବାହାରେ ସେହି ଗ୍ରାମର ବ୍ରଜବନ୍ଧୁ ରଣାଙ୍କ ମୃତଦେହ ପଡ଼ିଥିବା ସୂଚନା ଦେଇଛନ୍ତି ବଡ଼ମ୍ବା ତହସିଲଦାର ଅନୀଲ କୁମାର ପଟ୍ଟନାୟକ।

{"id":279395,"sizeSlug":"large"}

ଗତ ୨୬ ତାରିଖରେ ମହାରାଷ୍ଟ୍ରରୁ ଫେରିଥିବା ବ୍ରଜବନ୍ଧୁ  ଗତକାଲି ରାତିରେ କ୍ଵାରେଣ୍ଟାଇନ ସେଣ୍ଟରରୁ ଲୁଚି ଘରକୁ ଯାଉଥିବା କିମ୍ବା ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ଏବଂ ଫୋରେନସିକ ଟିମ୍ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଇଛି। ବଡ଼ମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ କ୍ଵାରେଣ୍ଟାଇନ ସେଣ୍ଟରରେ ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ  ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.