ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 12, 2021 IST

ବେତନଟୀ,୧୨/୦୩: ମୟୂରଭଞ୍ଜ ଜିଲ୍ଲା ବେତନଟୀ ମାଣତ୍ରୀ ମେଳା ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପଡିଆ ନିକଟରେ ଥିବା ଏକ ନାଳରେ ଯୁବକଙ୍କ ମୃତଦେହଟି ପଡିଥିଲା ।

ମୃତକଜଣଙ୍କ ହେଲେ ଚକ୍ରଧରପୁର ଗାଁର  ତପନ ବିନ୍ଧାଣି (୨୦)। ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ଆଲୋଚନା ହେଉଛି। ଘଟଣାସ୍ଥଳରେ ବଡସାହି ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.