Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହାନଦୀରେ ବାପା-ପୁଅ-ଝିଅ ଭାସିଯିବା ଘଟଣା : ମିଳିଲା ଝିଅର ମୃତଦେହ

5/10/2021 at 11:54 AM

ସମ୍ବଲପୁର, ୦୫|୧୦:  ମିଳିଲା ଝିଅର ମୃତଦେହ । ସମ୍ବଲପୁର ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଇବା ବେଳେ ବାପା, ପୁଅ, ଝିଅ ଭାସିଯାଇଥିଲେ।  ଶେଷରେ ୧୫ ଘଣ୍ଟାର ଅପରେସନ ପରେ ଝିଅର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ସୋମବାର ପେନସନ ପଡାର ମହମ୍ମଦ ଅଲତାଫଙ୍କ ସହ ପୁଅ ଆଫତାବ ଓ ଝିଅ ରୁକସାନା ବେଗମ ଗାଧୋଇବାକୁ ଯାଇଥିବାବେଳେ ଭାସିଯାଇଥିଲେ । ପ୍ରଥମେ ଗାଧୋଇବା ବେଳେ ଭାଇ ଓ ଭଉଣୀ ଭାସିଯାଇଥିଲେ । ନିଜ ପୁଅଝିଅଙ୍କୁ ବୁଡିବାର ଦେଖି ବାପା ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ । ତେବେ ସେ ମଧ୍ୟରେ ପାଣିରେ ଭାସି ଯାଇଥିଲେ । ତିନିଜଣଙ୍କର ପତ୍ତା ମିଳିନଥିଲା ।

ବହୁ ଖୋଜା ଖୋଜି ପରେ ବାପା, ପୁଅଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଝିଅର ପତ୍ତା ମିଳନଥିଲା । ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ମଙ୍ଗଳବାର ପୁଣି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶେଷରେ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା ସୂଚନା ମିଳିଛି ।

   Related Posts