Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅବକାରୀ କର୍ମଚାରୀଙ୍କୁ ଦେଖି ନଦୀକୁ ଡେଇଁପଡିଲେ ମଦ ବେପାରୀ, ୨୪ ଘଣ୍ଟା ପରେ ମିଳିଲା ମୃତଦେହ

21/09/2021 at 2:04 PM

ସୋର ୨୧।୯: ଅବକାରୀ ବିଭାଗ ଚୋରା ମଦ ବେପାରୀ ଗୋଡ଼ାଇବା ହେଲା କାଳ । ଚୋରା ମଦବେପାରୀ ନଦୀକୁ ଡେଇଁ ଜୀବନ ହାରିଲା । ୨୪ ଘଣ୍ଟା ପରେ ମଦ ବେପାରୀ ଶବ ନଦୀରୁ ଉଦ୍ଧାରହୋଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ପୁରୁଣା ବାଲେଶ୍ବରରୁ  ବାଇକ୍ ଯୋଗେ ମଦ ନେଇ ଦୁଇ ଯୁବକ ବାହାନଗା ଗୋପାଳପୁର ଦିଗକୁ ଆସୁଥିଲେ । ବାଲେଶ୍ବର ଅବକାରୀ ଦୁଇ ଚୋର ମଦ ବେପାରୀଙ୍କୁ ଗୋଡ଼ାଇବାରୁ ବାଇକ୍ ଛାଡି ସପନ ମାଝି ନାମକ ଯୁବକ ବିଲରେ ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ସପନ ଶ୍ରୀଜଙ୍ଗ ନିକଟ କଣ୍ଟିଆ ଚେରି ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲା । ମଙ୍ଗଳବାର ଭୋରରୁ ଅର୍ଥାତ୍ ୨୪ ଘଣ୍ଟା ପରେ ସପନର ମୃତଦେହ ଶ୍ରୀଜଙ୍ଗଠାରୁ ୩ କିଲୋମିଟର ଦୂର କଳାମାଟିଆପାହିରୁ ଉଦ୍ଧାର ହୋଇଛି । ଘଟଣାକୁ ନେଇ ମୃତ ଯୁବକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇ ସପଣକୁ ଅବକାରୀ କର୍ମଚାରୀ ନଦୀରେ ପକାଇ ମାରିଦେଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳା ସପନକୁ ଅବକାରୀ ବିଭାଗ ଦୁଇ କର୍ମଚାରୀ ଗୋଡ଼ାଇବାରୁ ସେ ନଦୀରେ ପଡିଯାଇଥିବାର ପ୍ରକାଶ କରିଛନ୍ତି l

   Related Posts