ଗୋଧସ୍ ଜଳପ୍ରପାତରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ : ବିବାହକୁ ସ୍ୱୀକୃତି ନମିଳିବାରୁ ପାଣିକୁ ଡେଇଁପଡିଥିଲେ

Published By : Prameya-News7 Bureau | September 28, 2021 IST

ନୂଆପଡା, ୨୮।୦୯ : ଗୋଧସ୍ ଜଳପ୍ରପାତରେ ଡେଇଁ ପ୍ରେମୀଯୁଗଳ ନିଖୋଜ ଘଟଣା । ୪୬  ଘଣ୍ଟା ପରେ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ ।  ନୂଆପଡା ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଛି ।

ସୂଚନାନୁସାରେ, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିନଥିଲା ।ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡାଲ ନୋଟ୍ ଛାଡିଯାଇଥିଲେ । ସେଥିରେ ଉଲ୍ଲେଖ ଥିଲା ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ ।  କିନ୍ତୁ ସ୍ୱୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିଲେ। ମୃତ ପ୍ରେମୀ ଯୁଗଳ ପଡୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି ଓ ଦେମତି ସୋରି ବୋଲି ଜଣା ପଡିଛି ।

ଜଳପ୍ରପାତର ଅକାତପାଣି ଭିତରେ ମଧ୍ୟ ବହୁ କଷ୍ଟରେ ନୂଆପଡା ଅଗ୍ନିଶମ ବାହିନୀ ଖୋଜି ବାହାର କରିବା ପରେ ଧରମବନ୍ଧା ପୋଲିସକୁ ଜିମା ଦେଇଛି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.