Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ସନ୍ଦେହରୁ ଭାଙ୍ଗିଥିଲା ପରିବାର, ଆଶଙ୍କାରେ ମୃତଦେହ ଛୁଇଁଲେନି ଆତ୍ମୀୟ : କିଛି ସହୃଦୟ ବ୍ୟକ୍ତି ମିଶି କଲେ ଶେଷକୃତ୍ୟ

24/07/2020 at 5:07 PM

ଦେବଗଡ ୨୪।୭: ଜୀବନ ଥିବାବେଳେ ପୁଅ, ଭାଇ କେହି ପଚାରିଲେ ନାହିଁ । ମରିଗଲା ପରେ ଶବ ଗ୍ରହଣ କରି ସତ୍କାର କରିବାକୁ ମନା କରିଦେଲେ । ଅନେକ ସମୟ ଧରି ଶବ ପଡି ରହିବା ପରେ ଶେଷରେ ପାଖ ପଡୋଶୀ ମିଶି ଶବ ସତ୍କାର କଲେ । ଏଭଳି ଘଟଣା ଘଟିଛି ଦେବଗଡ ସହରରେ ।

ସୂଚନାଯୋଗ୍ୟ ଯେ, ପ୍ରାୟ କୋଡିଏ ବର୍ଷ ତଳେ ବଣେଇ ଗୁଢିଆଳୀ ଅଞ୍ଚଳର ପ୍ରେମାନନ୍ଦ ସାହୁ ନିଜ ପ୍ରଥମ ସ୍ତ୍ରୀ ମରିଯିବା ପରେ ଦ୍ବିତୀୟ ବିବାହ କରି ଦେବଗଡ ସହରକୁ ଆସି ଏକ ସିନେମା ହଲ ପରିସରରେ ଛୋଟ ଦୋକାନଟିଏ ଦେଇଥିଲେ । କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ବୁର୍ଲା ବଡ଼ ଡାକ୍ତରଖାନାରେ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଗତ ୨୦ ତାରିଖରେ ତାଙ୍କୁ ଦେବଗଡ ଅଣାଯାଇଥିଲା ।

ବୁର୍ଲାରୁ ଚିକିତ୍ସିତ ହୋଇ ଫେରିଥିବାରୁ ତାଙ୍କ କୁଡିଆ ସମ୍ମୁଖରେ ପୌର ପରିଷଦ ପକ୍ଷରୁ ନୋଟିସ ମଧ୍ୟ ଲଗାଯାଇଥିଲା । ୨୧ ତାରିଖଠାରୁ ଅଗଷ୍ଟ  ୩ ତାରିଖ ପର୍ଯ୍ୟନ୍ତ ଘର ମଧ୍ୟରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାତ୍ର ଆଜି ପୂର୍ବାହ୍ନରେ ପ୍ରେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ପୁଅ ଓ ଭାଇମାନଙ୍କୁ ଖବର ଦେବା ପରେ ସେମାନେ ଶବ ସତ୍କାର ପାଇଁ ଆସିବାକୁ ମନା କରିଦେଇଥିଲେ । ଶବ ତାଙ୍କ ଗ୍ରାମକୁ ପଠାଇବା ପାଇଁ ମଧ୍ୟ ମନା କରିଥିଲେ । ନୋଟିସ୍ ଲାଗିଥିବାରୁ ପାଖ ପଡୋଶୀ କେହି ଶବ ଛୁଇଁ ନଥିଲେ । ଶେଷରେ ସେ ଦୋକାନ କରିଥିବା ପୁରୁଣା ସିନେମା ହଲ୍ ମାଲିକ ତାଙ୍କର କିଛି ସାଙ୍ଗଙ୍କ ସହ ମିଶି ଶବବାହକ ଗାଡିରେ ଶବକୁ ନେଇ ଦେବଗଡ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରିଥିଲେ ।

   Related Posts