Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ହଜିଗଲା ମାନବିକତା : କରୋନାରେ ମୃତ୍ୟୁ ସନ୍ଦେହରେ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ବୁହାହେଲା ଶବ

20/07/2020 at 1:25 PM

ଭଞ୍ଜନଗର ୨୦।୭: ହଜିଗଲା ମାନବିକତା । ମୃତଦେହକୁ ଚାରି କାନ୍ଧ ନମିଳିବାରୁ ଟ୍ରଲିରେ ଶବ ବୁହାହୋଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଏନଏସି ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବୁଗୁଡା ଏନଏସି ଅଞ୍ଚଳରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହକୁ ଟ୍ରଲିରେ ବୋହି ନେଇ ଶବ ସତ୍କାର କରାଯାଇଛି । ମୃତକ ହେଲେ ସନ୍ୟାସୀ ପାତ୍ର । ସେ କିଛି ଦିନ ହେଲା ଜ୍ବରରେ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ସନ୍ଦେହ କରି ସାହି ପଡିସା କାନ୍ଧ ଦେଇନଥିଲେ । ଫଳରେ ପରିବାର ଲୋକେ ମୃତଦେହକୁ ଟ୍ରଲିରେ ଶ୍ମସାନକୁ ବୋହି ନେଇଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ମାନବିକତା ଦେଖାଇବା ପାଇଁ ଅନୁରୋଧ କରାଯାଇଥିଲା । ହେଲେ ଲୋକମାନେ କୌଣସି ଶବକୁ କାନ୍ଧ ଦେଉନଥିବା ଏକ ଦୁଃଖଦ ଘଟଣା । ପ୍ରଶାସନ ପକ୍ଷରୁ ମଧ୍ୟ ରୋଗୀଙ୍କ ଚିକିତ୍ସା ଏବଂ ମୃତ୍ୟୁ ପରେ କାରଣ ଜଣାଇବ ଆବଶ୍ୟକତା ରହିଛି ।

   Related Posts