Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଶବକୁ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ବୋହିନେଲେ ପୁଅ ଓ ପୁତୁରା-ଝିଆରୀ

5/05/2021 at 3:19 PM

ସାନଖେମୁଣ୍ଡି ୫।୫: ହଜିଗଲା ମାନବିକତା । ଶବକୁ ମିଳିଲାନି ଚାରି କାନ୍ଧ । ଶେଷରେ ଶବକୁ ଟ୍ରଲି ରିକ୍ସାରେ ପକାଇ ଟାଣି ଟାଣି ଶ୍ମଶାନ ପର୍ଯ୍ୟନ୍ତ ନେଲେ ପୁତୁରା, ପୁଅ ଓ ଝିଆରୀ । ସେଠାରେ ସ୍ବେଚ୍ଛାସେବୀମାନେ ପିପିଇ କିଟ୍ ପିନ୍ଧି ସସମ୍ମାନର ସହ ଶବକୁ ସତ୍କାର କଲେ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ପାତ୍ରପୁର ଗ୍ରାମ ସାଗରବ୍ରାହ୍ମଣ ସାହିର ୫୫ ବର୍ଷ ବୟସ୍କ ଚନ୍ଦ୍ରଶେଖର ମହାନ୍ତି ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ବୁଧବାର ସେ ହଠାତ୍ ଗୁରୁତର ହୋଇ ପଡ଼ିବାରୁ ସକାଳ ୮ଟାରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିବାରୁ ତାଙ୍କର ସଂଗେ ସଂଗେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଶେଖର ଆଖି ବୁଜି ଦେଇଥିଲେ । ହେଲେ ଡାକ୍ତରଖାନା ଶଯ୍ୟାରେ ଶବ ସେମିତି ପଡ଼ି ରହିଥିଲା । ଏପରିକି କର୍ମଚାରୀମାନେ ମଧ୍ୟ ତଳକୁ ଶବ ଓହ୍ଲାଇ ଦେଇନଥିଲେ । ଆମ୍ବୁଲାନ୍ସ ବି ଯୋଗାଇ ଦିଆଯାଇ ନଥିଲା । ପରେ ଦଶମ ଶ୍ରେଣୀ ଛାତ୍ର ମୃତକଙ୍କ ପୁତୁରା ଦୀନବନ୍ଧୁ ମହାନ୍ତି ଏକ ଟ୍ରଲି ରିକ୍ସା ଯୋଗାଡ଼ କରିଥିଲେ । ଆଉ ପୁଅ ବାବୁଲା ଓ ଝିଆରୀ ହୀରା ମିଶି ଶବକୁ ରିକ୍ସାରେ ରଖି ମଶାଣୀକୁ ନେଇଥିଲେ । ଦୀନବନ୍ଧୁ ରିକ୍ସା ଚଳାଇଥିବାବେଳେ ବାବୁଲା ଓ ହୀରା ପଛେ ପଛେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ । ରାସ୍ତାରେ ଅନ୍ୟମାନେ କେବଳ ଦେଖଣାହାରୀ ସାଜିଥିଲେ । ପରେ କିଛି ସ୍ବେଚ୍ଛାସେବୀ ଓ ସାହିବାସିନ୍ଦା ଶ୍ମଶାନରେ ପହଞ୍ଚି ସଂସ୍କାର କରିଥିଲେ । ପୁଅ ବାବୁଲା ମହାନ୍ତିଙ୍କ ସହ ରବି ପତି, ସୁଶାନ୍ତ ପାଣିଗ୍ରାହୀ ଓ ସଂଜୀବ ମହାପାତ୍ର ଏମାନେ ପିପିଇ କିଟ୍ ପିନ୍ଧି ଶବକୁ ଦାହ କରିଥିଲେ ।

   Related Posts