ଗାଁକୁ ନାହିଁ ରାସ୍ତା, ନାଳ ପାର ହୋଇ ୩ କି.ମି. କାନ୍ଧରେ ମୃତଦେହ ବୋହି ଆଣିଲେ ଗ୍ରାମବାସୀ

Published By : Prameya-News7 Bureau | August 22, 2020 IST

ପଦ୍ମପୁର ୨୨।୮: ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ବଇଦପାଳି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗୋଟିଏ ନାଳ ଓ ୩ କି.ମି. ରାସ୍ତା ପାର ହୋଇ ଶବକୁ କାନ୍ଧରେ ବୋହି ଗାଁକୁ ଆଣିଲେ ଗ୍ରାମବାସୀ । ଟିକିଏ ବର୍ଷା ହେଲେ ଗାଁକୁ କୌଣସି ଗାଡି ଯିବାଆସିବା କରି ପାରେନାହିଁ ।

ସୂଚନା ଅନୁସାରେ ଗାଁର ୫୫ବର୍ଷ ବୟସ୍କା ମହିଳା ବିହାରୀ ନେତି କିଛିଦିନ ହେଲା ଜ୍ବରରେ ପୀଡିତ ଥିଲେ । ତେଣୁ ସେ ଶୁକ୍ରବାର ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସେ ସୁସ୍ଥ ନହେବାରୁ ତାଙ୍କୁ ବୁର୍ଲା ମେଡିକାଲ ନିଆଯାଉଥିଲା । ସ୍ଥାନାନ୍ତର ସମୟରେ ସେ ରାସ୍ତାରେ ପ୍ରାଣ ହରାଇଥିଲେ । ସେଠାରୁ ତାଙ୍କ ଶବ ଗାଁକୁ ଆଣିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଗ୍ରାମବାସୀ । ଗାଁକୁ ଗାଡି ଆସିପାରି ନଥିବାରୁ ଗ୍ରାମବାସୀ ୩ କି.ମି. ବୋହି ଆଣିଛନ୍ତି ଶବକୁ ।

ଗାଁକୁ ସଂଯୋଗ କରୁଥିବା ପୋଲ ୭ ବର୍ଷ ହେଲା ବର୍ଷାରେ ଭାଙ୍ଗିଗଲାଣି ତେଣୁ ଏହି ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.