କରୋନା ଭୟରେ ଶବକୁ ଛୁଇଁଲେନି ପରିବାର, ବାଇକ୍‌ରେ ଗଲା ଶ୍ମଶାନଘାଟ

Published By : Prameya-News7 Bureau | May 13, 2021 IST

ଅନୁଗୋଳ ୧୩।୫: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବଗେଡିଆ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘାଟଣା । କରୋନା ଭୟରେ ମା’ର ଶବକୁ ଛୁଇଁଲେ ନାହିଁ ପରିବାର କି ସାହି ପଡିଶା ଲୋକେ । ଶେଷରେ ସମାଜସେବୀ ଚିନ୍ମୟୀ ଦାସଙ୍କ ସହାୟତାରେ ମୋଟର ସାଇକେଲରେ ଶବକୁ ମଶାଣୀକୁ ନିଆଯାଇଥିଲା । ସେଠାରେ ଶବକୁ ପୋତିଦିଆଯାଇଛି । ମୃତ ମହିଳା ଜଣଙ୍କ ବାଗଡ଼ିଆ କଳାମାଳ ସାହିର କନକ ସାହୁ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.