ନବ ବିବାହିତାଙ୍କ ମୃତଦେହ ଉଦ୍ଧାର : ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

Published By : Prameya-News7 Bureau | November 12, 2021 IST

ଯାଜପୁର ରୋଡ୍, ୧୨।୧୧ :  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କୁରୁପଦା ଗାଁରେ ବଧୂହତ୍ୟା ଅଭିଯୋଗ ।  ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। ମାଗିଛନ୍ତି ନ୍ୟାୟ । ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ କୁରୁପଦା ଗାଁରେ ହୀରାବତୀ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଶାଶୂଘର ଲୋକେ ସେ ବେକରେ ରଶି ଲଗାଇ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବା କହିଥିଲେ। ହେଲେ ହୀରାବତୀଙ୍କ ପରିବାର ଲୋକେ ଏହାକୁ ବିଶ୍ଵାସ କରିନଥିଲେ । ତାଙ୍କ ବାପା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ୱାମୀ ପ୍ରଭାତ ସାମଲ ଓ ଶ୍ୱଶୂର ବିଦ୍ୟାଧର ସାମଲଙ୍କ ସମେତ ମୋଟ ୭ ଜଣଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ।

ତେବେ ଅଭିଯୋଗ ପାଇବା ପରେ ପାଣିକୋଇଲି ପୋଲିସ ତଦନ୍ତ କରିବା ପରେ ସ୍ୱାମୀ ପ୍ରଭାତ ସାମଲ ଓ ଶ୍ୱଶୁର ବିଦ୍ୟାଧର ସମାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଶାଶୂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଛାଡ଼ିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେଣୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ହୀରାବତୀଙ୍କ ବାପା, ମାଆଙ୍କ ସମେତ ଅନ୍ୟ ସଦସ୍ୟ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହେବାସହ ନ୍ୟାୟ ମାଗିଛନ୍ତି । ଏସପି ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.