Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବେକ କଟା ମୃତଦେହ ଉଦ୍ଧାର, ପୋଲିସ ଆରମ୍ଭ କଲା ତନାଘନା

31/01/2021 at 4:34 PM

ଅନୁଗୋଳ୩୧/୧: ଅନୁଗୋଳ ଜିଲ୍ଲା ବନ୍ତଳା ବଜାର ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର।  ମୃତକ ହେଲେ ବନ୍ତଳା ଗାଁର କାଶୀନାଥ ବେହେରା, ତାଙ୍କ ବୟସ ୩୨ ବର୍ଷ। ବେକ କାଟି କେହି ଜଣେ ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ଜଣାପଡିଛି। ଗତକାଲି ରାତି ୮ଟାରେ କାଶୀନାଥ ଘରୁ ବାହାରି ଯାଇଥିଲେ। ହେଲେ ଫେରି ନଥିଲେ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଆଜି ବଜାର ନିକଟଥିବା ଏକ ହୁଡାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଥିସହ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts