ନଦୀବନ୍ଧ ନିକଟରୁ ମୃତଦେହ ଉଦ୍ଧାର : ପାଖରେ ଥୁଆ ହୋଇଛି ସ୍କୁଟି, ପଡିଛି ଚପଲ

Published By : Prameya-News7 Bureau | May 10, 2021 IST

ବାଲିପାଟଣା,୧୦/୦୫: ନଦୀବନ୍ଧ ପାଖେ ପଡିଛି ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଭାର୍ଗବୀ ନଦୀ ବନ୍ଧ ପାଖରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଛି ।

{"id":450557,"sizeSlug":"large","linkDestination":"none"}

ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବୟସ ୩୦ରୁ ୩୫ ବର୍ଷ ହେବ । ଘଟଣା ସ୍ଥଳରେ ଏକ ସ୍କୁଟର ଗାଡି ରହିଛି । ଏହାସହ ଚପଲ ମଧ୍ୟ ପଡିଛି । ତେବେ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଘଟଣା ସ୍ଥଳରେ ଧଉଳି ପୋଲିସ୍ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.