Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଶବକୁ ମିଳିଲାନି ଚାରିକାନ୍ଧ, ଟ୍ରଲିରେ ସ୍ୱର୍ଗଦ୍ୱାରକୁ ବୋହିଲେ ପରିବାର ଲୋକ

30/10/2021 at 9:23 PM

ପୁରୀ ,୩୦/୧୦: ଆଧୁନିକ ସଭ୍ୟତା ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ହେଲେ ପୁରୀ ଭଳି ସହରରେ ଅନ୍ଧବିଶ୍ୱାସ ଏବେ ବି ବଞ୍ଚି ରହିଛି । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସହରରେ। କୌଣସି କାରଣରୁ ଗ୍ରାମବାସୀ ଏକ ଘରିକିଆ କରିଥିବାରୁ ଜଣେ ମହିଳାଙ୍କ ଶବକୁ ଚାରିକାନ୍ଧ‌ ମିଳିଲାନି । ଫଳରେ ଟ୍ରଲିରେ ବୁହାହେଲା ମହିଳାଙ୍କ ଶବ।

ନରେନ୍ଦ୍ର କୋଣରୁ ସ୍ୱର୍ଗଦ୍ୱାର ଯାଏଁ ମହିଳାଙ୍କ ମୃତଦେହକୁ ଟ୍ରଲିରେ ପରିବାର ଲୋକ ନେଇଥିବା ଜଣାପଡ଼ିଛି । ମୃତ ମହିଳା ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହି ଅଞ୍ଚଳର ମାମୁନି ନାୟକ। ମୃତକଙ୍କ ପରିବାରକୁ ସାହି ଲୋକେ ଓ ବନ୍ଧୁବାନ୍ଧବ ଏକଘରିଆ କରିଥିବାରୁ ଶବ ବୋହିବାକୁ ମନା କରିଦେଇଛନ୍ତି ଗାଁ ଲୋକ ।

   Related Posts