Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କରୱା ଚୌଥ ପୂର୍ବରୁ ମିଳିଲା ଦମ୍ପତିଙ୍କ ମୃତଦେହ, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ

25/10/2021 at 5:36 PM

ନୂଆଦିଲ୍ଲୀ, ୨୫/୧୦: ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ କରୱା ଚୌଥର ଦିନକ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି । ପାରିପାର୍ଶ୍ୱିକ ସ୍ଥିତି ସନ୍ଦେହଜନକ ରହିଛି । ପୋଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଅରମ୍ଭ କରିଛି ।

ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ନ୍ୟୁ ଅଶୋକ ନଗର ପୋଲିସ୍‌ ଷ୍ଟେସନର ଏକ ପିସିଆର୍‌କୁ ଫୋନ୍‌ ଆସିଥିଲା । ଯେଉଁଥିରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବେକରେ ଫାଶୀ ଲଗାଇ ଝୁଲିପଡ଼ିଥିବା ସୂଚନା ଦିଆଯିବ ସହ ଘର ଭିତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଜଣା ଯାଇଥିଲା।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ବ୍ଯକ୍ତିଙ୍କ ନାମ ଧର୍ମେନ୍ଦ୍ର ହୋଇଥିବା ବେଳେ ସେ ଅଶୋକ ନଗର ବି ବ୍ଲକ୍‌ରେ ରହୁଥିଲେ । ଘର ପଙ୍ଖାରେ ସେ ଝୁଲି ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ସୋନିଙ୍କ ମୃତ ଦେହ ତଳେ ପଡ଼ିଥିଲା । ତେବେ ଏହି ଘଟଣାରେ ପୋଲିସ୍‌ ଧାରା ୩୦୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼଼ିଛି । ପତ୍ନୀକୁ ହତ୍ୟା କରି ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ୍‌ ସନ୍ଦେହ କରୁଛି ।     

   Related Posts