ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 03, 2021 IST

ଭୁବନେଶ୍ୱର,୦୩/୦୬: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜଧାନୀର ଭୀମଟାଙ୍ଗି ଅଞ୍ଚଳରେ ଥିବା ଜଣେ ଡାକ୍ତରଙ୍କ ଘରୁ ଜନୈକ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଗୁରୁବାର ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ଝୁଲନ୍ତା ଅବସ୍ଥାରେ ଥିବା । ତେବେ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଁଚି ମୃତଦେହକୁ ଜବତ କରିଛି । ଏହାସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ କିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ହତ୍ୟା ନା ଆତ୍ମହତ୍ୟା ତା ଉପରୁ ମଧ୍ୟ ଶୀଘ୍ର ପରଦା ହଟିବ । ତେବେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.