Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୁଦା ଭିତରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ

2/10/2021 at 11:10 PM

ସୁନ୍ଦରଗଡ଼, ୦୨/୧୦: ସବଡେଗା ଡମକୁଡ଼ା ନଦୀ କୂଳରେ ଥିବା ଏକ ବୁଦା ମୂଳରୁ ପୋଲିସ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଘଟଣା ବିଷୟରେ ଶୁଣି ଆଖ ପାଖ ଲୋକ ମାନେ ଦେଖିବାକୁ ଯାଇ ମହିଳାକୁ ଚିହ୍ନି ଥିଲେ । ମହିଳା ଜଣକ ସବଡେଗା ଟୁଙ୍ଗୁରିପଡାର କମଲା କମାର ବୋଲି ଜଣାପଡିଛି । କମଳାଙ୍କ ବୟସ ୪୫ ବର୍ଷ ।

କେତେକ ମହିଳା ସକାଳ ୧୨ ଟା ସମୟରେ ନଦୀରେ ଗାଧାଉ ଥିବାବେଳେ ସବଡେଗାର ଏକ ଯୁବକ ସ୍କୁଟିରେ କମଲାଙ୍କୁ ବସାଇ ନଦୀକୂଳକୁ ଆଣିଥିଲେ । ଯୁବକ ସ୍କୁଟି ଛିଡା କଲାବେଳକୁ କମଲା ସ୍କୁଟିରୁ ଓଲ୍ଲାଇ ଦଉଡ଼ି ପଳାଇଲା ବେଳକୁ ଯୁବକ ତାଙ୍କ ପଛରେ ଦୌଡ଼ୁଥିବାର କେତେକ ମହିଳା ଦେଖିଥଲେ । ମହିଳାଙ୍କୁ ସେହି ଯୁବକ ଧର୍ଷଣ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ସନ୍ଧ୍ୟା ୬ଟା ସମୟରେ ସାଇଣ୍ଟିଫିକ ଦଳ ଓ ତଲସରା ପୋଲିସ ପହଞ୍ଚି ଶବକୁ ବୁଦା ମୂଳରୁ ବାହାର କରି  ତଦନ୍ତ କରୁଛି । ମୁହଁରେ ଅନେକ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଖବରପାଇ ତାଙ୍କର ଦୁଇ ପୁଅ ଦୁଇ ଝିଅ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହ ବ୍ୟବଛେଦ କରିବାକୁ ପୋଲିସ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

   Related Posts