ସମୁଦ୍ର କୂଳରେ ପଡ଼ିଥିଲା ମୃତଦେହ, ପରିଚୟ ପାଇନି ପୋଲିସ୍‌, ଏ ଶବ କାହାର?

Published By : Prameya-News7 Bureau | October 24, 2021 IST

ପୁରୀ, ୨୪/୧୦: ପୁରୀ ସମୁଦ୍ର କୂଳରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି। ହୋଟେଲ ଗୋଲ୍ଡେନ ଟ୍ରି ସମ୍ମୁଖ ବେଳାଭୂମିରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ଓ ଲାଇଫ ଗାର୍ଡ। ଆଜି ସକାଳେ ସମୁଦ୍ରକୂଳରେ ଏହି କର୍ମଚାରୀ ମାନେ ଡ୍ୟୁଟି କରୁଥିବା ସମୟରେ ମୃତଦେହଟି ପଡି ରହିଥିବାର ଦେଖିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ସେ ଆତ୍ମହତ୍ୟା କରିଥିବେ ବୋଲି ପୋଲିସ ଅନୁମାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.