Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମହୁଲ ଗଛ କୋରଡରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ବେକରେ ଲାଗିଛି ଦଉଡ଼ି, ହତ୍ୟା ସନ୍ଦେହ

28/11/2021 at 10:22 PM

ତେଲକୋଇ, ୨୮।୧୧: ମହୁଲ ଗଛ କୋରଡରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ହତ୍ୟା କରି ଗଛଉପରେ ଥିବା କୋରଡରେ କେହି ଲୁଚାଇ ଦେଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗାଁ ମୁଣ୍ଡା ସାହିରେ । ଜଗମୋହନପୁର ଗାଁ ମୁଣ୍ଡା ସାହିର ଗୁରବାରୀ ମୁଣ୍ଡା ପାଞ୍ଚ ଦିନ ହେବ ନିଖୋଜ ଥିଲେ ।

ସାହି ପାଖ ଜଙ୍ଗଲରେ ଏକ ମହୁଲ ଗଛ ଉପରୁ ଦୁର୍ଗନ୍ଧ ଆସୁଥିବା ଜଣା ପଡିବା ପରେ ଲୋକେ ଗଛ କୋରଡରେ ଏକ ମହିଳାଙ୍କ ଶବ ଦେଖିବାକୁ ପାଇଥିଲେ । ମହିଳାଙ୍କ ବେକରେ ଦଉଡି ଲାଗି ଗଛ କୋରଡରେ ବସିଥିବା ଅବସ୍ଥାରେ ମୃତଦେହକୁ ଲୋକେ ଦେଖିଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ସନ୍ଧ୍ୟା ହେବାରୁ ଗଛ ଉପରୁ ମୃତଦେହ ଉଦ୍ଧାର କରାଯାଇପାରି ନଥିବା ଜଣାପଡ଼ିଛି ।

   Related Posts