ପୋଖରୀରେ ଭାସୁଛି ମୃତଦେହ, ମିଳିନାହିଁ ପରିଚୟ

Published By : Prameya-News7 Bureau | October 02, 2021 IST

ବ୍ରହ୍ମପୁର ୦୨।୧୦: ପୋଖରୀରେ ଭାସୁଛି ମୃତଦେହ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବଡରେଡିକା ସାହି ନିକଟ ବାଳଲିଙ୍ଗେଶ୍ବର ପୋଖରୀରେ ମୃତଦେହଟି ଭାସୁଥିବାର ଦେଖିବାକୁ ମିଳିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ପୋଖରୀରେ ମୃତଦେହଟି ଭାସୁଥିବାର କିଛି ଲୋକ ଦେଖିଥିଲେ । ଏହାପରେ ଦେଖୁ ଦେଖୁ ଲୋକଙ୍କ ଭିଡ଼ ଜମିଥିଲା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ମୃତଦେହଟି ଭାସୁଥିବାର ଦେଖି ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଏବେ ଯାଏଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.