ହୋଟେଲ୍ ରୁମ୍‌ରୁ ସନ୍ଦେହଜନକ ଭାବେ ମିଳିଲା ଯୁବକଙ୍କ ମୃତଦେହ, ସାଥିରେ ଥିବା ଯୁବତୀ ଅଟକ

Published By : Prameya-News7 Bureau | September 02, 2020 IST

ଢେଙ୍କାନାଳ ୨।୯: ହୋଟେଲରୁ ମିଳିଲା ମୃତଦେହ । ହୋଟେଲ ରୁମରୁ ସନ୍ଦେହଜନକ ଭାବେ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":323759,"sizeSlug":"large"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଟାଉନ୍ ସ୍ଥିତ ହୋଟେଲ ଶକୁନ୍ତଳାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ହୋଟେଲ ରୁମରୁ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରିଛି ଟାଉନ୍ ଥାନା ପୋଲିସ । ମୃତକ ହେଲେ ବିଜୁ ମଇତି । ମୃତକ ଜଣେ ଗହଣା ଦୋକାନୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତାଙ୍କ ଘର କୋଲକତାରେ । ସେ ଢେଙ୍କାନାଳ ଭୁବନରେ ଗହଣା ଦୋକାନ କରିଛନ୍ତି ।

{"id":323760,"sizeSlug":"large"}

ହୋଟେଲ ରୁମ୍ ରେ ବିଜୁଙ୍କ ସହ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଦେଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ମୃତ ବିଜୁଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.