ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | October 21, 2020 IST

କରଞ୍ଜିଆ ୨୧।୧୦: ନଦୀରେ ଭାସୁଛି ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି ଜଶୀପୁର ଥାନା ଗଡତଳସାହି ଗାଁର ସୁଶୀଲ ବେହେରା ।

{"id":348365,"sizeSlug":"large"}

ସୂଚନା ଅନୁସାରେ ଜଶୀପୁର ହାଟ ନିକଟ ଖଇରୀଭଣ୍ଡନ ନଦୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବିଶୋଇ ଥାନା ନୂଆଗାଁର ସଂଜୀବ କୁମାର ମହାନ୍ତଙ୍କ ନାଁରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଭିଯୁକ୍ତ ସଂଜୀବକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଶୀପୁର ପୋଲିସ । ମଙ୍ଗଳବାରଠାରୁ ନିଖୋଜ ଥିଲେ ସୁଶୀଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.