Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୁଅ ଝିଅ ନାହାଁନ୍ତି, ମରିଗଲା ପରେ କରୋନା ଭୟରେ ଛୁଇଁଲେନି ସାହିପଡିଶା : ୫ଘଣ୍ଟା ପଡିରହିଲା ମୃତଦେହ

3/05/2021 at 11:39 AM

ପଦମପୁର, ୦୩/୦୫:   କରୋନା ଭୟ ଯୋଗୁଁ ମାନବିକତା ହରାଉଛନ୍ତି  ଜନସାଧାରଣ । କରୋନା ଭୟ ଦୁରେଇ ଦେଉଛି ନିଜ ସମ୍ପର୍କୀୟଙ୍କୁ । ସାହି ପଡିଶା ଲୋକେ ବି ପାଖ ମାଡୁ ନାହାଁନ୍ତି । କରୋନା ଭୟରେ ବ୍ୟକ୍ତିଙ୍କ ଶବକୁ ଛୁଇଲେନି ସାହି ପଡିଶା । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖିର୍ସାପାଲି ଗ୍ରାମରେ ।

ସୂଚନାନୁସାରେ, ଖୁର୍ସାପାଲି ଗ୍ରାମର ପୁନଉ ମାଝୀ ଦୀର୍ଘ ପନ୍ଦର ଦିନ ହେବ ଅସୁସ୍ଥ ଥିଲେ । ଘରେ ରହି ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖ  ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । କରୋନା ଭୟ ଯୋଗୁଁ ଦୀର୍ଘ ପାଞ୍ଚ ଘଣ୍ଟା ମୃତଦେହ ପଡି ରହିଲା । କିନ୍ତୁ ସାହିପଡିଶା ଶବ ସତ୍କାର ପାଇଁ ଆସିନଥିଲେ ।

ମୃତକଙ୍କ ତାଙ୍କର ପୁଅ ଝିଅ ନାହାଁନ୍ତି । ଦୀର୍ଘ ପାଞ୍ଚ ଘଣ୍ଟା ଶବ ପଡିରହିଲା ପରେ ମୄତକଙ୍କ ପୁତୁରା ଆସି ଏକା ଶବକୁ କାନ୍ଧରେ କାନ୍ଧେଇ ସତ୍କାର ପାଇଁ ମଶାଣିକୁ ନେଇଥିଲେ ।

   Related Posts