କାମାକ୍ଷାନଗର, ୧୧।୦୯ : ପୋଲ ତଳୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତଦେହର ଗୋଡ ହାତ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଶନିବାର ସକାଳେ ପର୍ଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ କଡରୁ ଜଣେ ମହିଳାଙ୍କ ମୃତଦେହ ପଡିଥିଲା । ଭେଜିଆ ଗାଁ ନିକଟରେ ଥିବା ଏକ ପୋଲ ତଳେ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହର ହାତଗୋଡ ବନ୍ଧା ଯାଇଥିବା ବେଳେ ଏହା ଅର୍ଧନଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି ।
ତେବେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଁଚି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।