ଘର ଭିତରୁ ଯୁବକଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 03, 2021 IST

ରାଇରଙ୍ଗପୁର ୦୩।୦୪:  ଘର ଭିତରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ଭବାନୀ ଶଙ୍କର ଦାସ ବୋଲି ଜଣାପଡିଛି । ରାଇରଙ୍ଗପୁର ଟାଉନ୍‌ ଥାନା ବିକାଶ ନଗର ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ଦିନ ଟାଉନ୍‌ ଥାନା ବିକାଶ ନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ନାଁରେ ଅନେକ ଗୁଡିଏ ଅପରାଧିକ ମାମଲା ରହିଛି । ଏପରିକି ବିଭିନ୍ନ ମାମଲାରେ ମଧ୍ୟ ତାଙ୍କୁ ଜାମିନ ମିଳିଥିଲା ।

ସେହିପରି ମୃତ ଯୁବକଙ୍କ ପିତା ଜଣେ ଅବସରାପ୍ରାପ୍ତ ଟେଲିକମ୍‌ ଏସଡିଓଙ୍କ ପୁତ୍ର । ପୁଅର ଅସମାଜିକ କାର୍ଯ୍ୟକଳାପକୁ ନେଇ ଜିଲ୍ଲା ବାହାରେ ରହିଆସୁଛନ୍ତି ବାପା ଓ ମା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ମଧ୍ୟ ଦାୟର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.