ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ, ପାଠ ପଢା ପାଇଁ ଘରେ ହୋଇଥିଲା ଗାଳି !

Published By : Prameya-News7 Bureau | January 31, 2021 IST

କଳାହାଣ୍ଡି ୩୧।୦୧: ପାଠ ପଢା ପାଇଁ ଗାଳି ହେଲା କାଳ। ବନ୍ଦ କୋଠରୀରୁ ନାବାଳିକାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ରାମନଗରପଡ଼ାର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁଯାୟୀ, ପାଠ ପଢା ପାଇଁ ନାବାଳିକାଙ୍କୁ ଘରେ ଗାଳି କରାଯାଇଥିଲେ । ଏଣୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାସଂପର୍କରେ ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.