ନଦୀରେ ୨ ଯୁବକ ନିଖୋଜ : ଜଣଙ୍କ ମୃତଦେହ ମିଳିଲା, ଅନ୍ୟ ଜଣଙ୍କ ପତ୍ତା ନାହିଁ

Published By : Prameya-News7 Bureau | August 20, 2020 IST

ମୋରଡା୨୦/୮: ନଦୀରେ ଭାସି ନିଖୋଜ ଥିବା ୨ ଯୁବକଙ୍କ ମଧ୍ୟରୁ ଜଣକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ୭ ଯୁବକ ଫୁଟବଲ୍‌ ଖେଳିବା ଲାଗି ନଦୀ ଅତିକ୍ରମ କରି ଯିବାବେଳେ ଜଣେ ଯୁବକ ଖସି ପଡିଥିଲେ। ତାଙ୍କ ଉଦ୍ଧାର କରିବା ଲାଗି ଅନ୍ୟ ଜଣେ ଯୁବକ ନଦୀରେ ପଶିଥିଲେ। ନଦୀର ପ୍ରଖର ସ୍ରୋତରେ ୨ ସାଙ୍ଗ ଭାସି ଯାଇଥିଲେ।

ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଜମିରା ନଦୀର ଘୋଳମୁହାଁ ଘାଟରେ ଅତିକ୍ରମ କରିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଥିବାରୁ  ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ୨ ଜଣ ଯୁବକ ହେଲେ ଗଣ୍ଡଗୁହାଳି ଗ୍ରାମର ବୁଧେଶ୍ୱର ମାଝି ଓ ବିରାମ ମାଣ୍ଡି ।

ତେବେ ଗୁରୁବାର ସକାଳେ ଶିଳଦା ନଦୀରେ ଜଣେ ମଣିଷ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ବିରାମ ମାଣ୍ଡିଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୫ କିମି ଦୂରରୁ ଉଦ୍ଧାର ହେଲେ ସତ କିନ୍ତୁ ସେତେବେଳକୁ ଜୀବନ ହାରି ଦେଇଥିଲେ ବିରାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.