Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

୨ ଭଉଣୀଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ଅନେକ ପ୍ରଶ୍ନ: ବାପ-ମାଆ ଏବଂ ପୋଲିସ୍ କ’ଣ ପାଇଁ ଚୁପ୍‌ ?

22/10/2020 at 7:43 PM

ବଲାଙ୍ଗୀର୨୨/୧୦: ଦୁଇ ଭଉଣୀ ଏକାସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାରେ ଏପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି। କାହିଁକି ୨ ଭଉଣୀ ନଦୀକୁ ଡ଼େଇଁଲେ?  ନା ତାଙ୍କୁ କିଏ ଠେଲି ଦେଇଛି ? ସାଧାରଣରେ ଏଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ମୃତ ଯୁବତୀଙ୍କ ବାପା-ମାଆ କାହିଁକି ଚୁପ୍ ଅଛନ୍ତି, ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ। ଯେତେବେଳେ ଏହି ଘଟଣା ସାରା ଓଡିଶା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେତେବେଳେ ୨ ଭଉଣୀ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରି ଦିଆଯାଇଛି। ଏହ କଥାକୁ ଜାଣିବା ପାଇଁ ରାଜ୍ୟବାସୀ ଅନାଇଁ ବସିଛନ୍ତି। ଯଦି ୨ ଭଉଣୀଙ୍କ ମଧ୍ୟରେ ପାଟିତୁଣ୍ଡ କିମ୍ବା କଳି ଝଗଡ଼ା ହୋଇ ନାହିଁ, ତେବେ ସେମାନେ କାହିଁକି ନଦୀକୁ ଡେଇଁବେ?

ଏହି ସବୁ ଭିତରେ ମୃତ ଯୁବତୀଙ୍କ ବାପ-ମାଆ ଚୁପ୍‌ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପଟେ ୨ ଭଉଣୀଙ୍କ ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ କଣ, ପୋଲିସ୍ ମଧ୍ୟ ଖୋଜି ପାଇନାହିଁ। ପୂର୍ବରୁ କାହା ସହିତ ୨ ଭଉଣୀଙ୍କ ଶତ୍ରୁତା ଥିଲା କି?  ଶାନ୍ତ-ସରଳ ୨ ଭଉଣୀ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ, ତାହା ସମସ୍ତ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଅନ୍ତତଃପକ୍ଷେ ବାପା-ମାଆଙ୍କ ତରଫରୁ ସ୍ପଷ୍ଟୀକରଣ ଆସିବା କଥା, ସେମାନେ ବି ଏପର୍ଯ୍ୟନ୍ତ ଚୁପ୍ ଅଛନ୍ତି। ସ୍କୁଟି ସେମିତି ଥୁଆ ହୋଇଛି, ଚପଲ୍ ସେମିତି ରହିଛି। ହଠାତ୍ ୨ ଭଉଣୀ ଗାୟବ ହୋଇଯିବା, ପୁଣି ୭୨ ଘଣ୍ଟା ପରେ ମିଳିଲା ୨ ଭଉଣୀଙ୍କ ମୃତଦେହ। ଏତମା ଘଟଣାରେ ମୃତ ଯୁବତୀଙ୍କ ବାପ-ମାଆ ଏବଂ ପୋଲିସ୍ ପୁରାପୁରି ଚୁପ୍‌।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ୍ ଉପରୁ ତେଲ ନଦୀକୁ ଦୁଇ ଭଉଣୀ ୨୨ ବର୍ଷ ବୟସ୍କା ଅନମୋଲ ଅଗ୍ରଓ୍ବାଲ ଓ ୧୯ ବର୍ଷ ବୟସ୍କ ଆଞ୍ଚଲ ଅଗ୍ରଓ୍ବାଲ ଡେଇଁ ପଡିଥିଲେ ।

ବ୍ରିଜ୍ ଉପରେ ସ୍କୁଟି ଏବଂ ଦୁଇ ହଳ ଚପଲ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ । ସ୍କୁବା ଡାଇଭର, ଦୁଇ ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ । ତେବେ ୭୨ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

   Related Posts