‘ମିସେସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଅଡିସନ୍ ଟେଷ୍ଟ

Published By : Prameya-News7 Bureau | August 11, 2019 IST

ଭୁବନେଶ୍ବର ୧୧|୮: ଗତକାଲି ରାଜଧାନୀର ଖାରବେଳ ନଗର ସ୍ଥିତ ଏଚ୍‌ଏଚ୍‌ଆଇ ତାରକା ହୋଟେଲ ପରିସରରେ ‘ମିସ୍‌ ଇଣ୍ଡିଆ ୟୁନିଭର୍ସ’ ସିଜିନ୍‌-୩ ପାଇଁ ଜୋନାଲ୍‌ ଅଡିସନ୍‌ ଟେଷ୍ଟ ହୋଇଯାଇଛି। ୨୦ରୁ ୩୫ ଏବଂ ୩୫ରୁ ୫୫ ବର୍ଷ ବୟସ ; ଏମିତି ଦୁଇଟି ବର୍ଗର ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

{"id":143240}

ବିବାହିତ ମହିଳାମାନଙ୍କ ପାଇଁ ଏହା ଥିଲା ଏକ ଉପାଦେୟ ଆୟୋଜନ। ଅନ୍ୟୂନ ୪୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ସୁନ୍ଦରୀଙ୍କୁ ମନୋନୀତ କରାଯାଇଥିଲା। ତୁଷାର ଧଲିଓ୍ଵାଲ, ଅର୍ଚ୍ଚନା ତୋମେର, ବର୍ଷା ପ୍ରିୟଦର୍ଶନୀ, ରୋଜାଲିନ୍‌ ପାଟ୍ଟଶାଣୀ ମିଶ୍ର, ରୂପସୀ ଓ୍ଵାଧାଓନ୍‌, ସୁଖପ୍ରୀତ୍‌ କୌର୍‌ ପ୍ରମୁଖ ଅଭିନେତା, ଉପସ୍ଥାପକ ଓ ମଡେଲ ମାନେ ଏହି ପ୍ରିଯୋଗିତାର ବିଚାରକ ଭାବେ ଉପସ୍ଥିତ ଥିଲେ। 

{"id":143241}

ଫ୍ରାନ୍‌ଚାଇଜ୍‌ ଓନର ଅଫ ହେଡ୍‌ ଟର୍ଣ୍ଣର ସାଲୋନ୍‌ର ଷ୍ଟେଟ୍‌ ଡାଇରେକ୍ଟର ଅଫ ଓଡ଼ିଶା ଏସ୍‌. ଝୁଣ୍ଟି ହୋତା କହିଥିଲେ, ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଆ ମହିଳାମାନେ ସଫଳତା ପାଉଛନ୍ତି। ‘ମିସ୍‌ ଇଣ୍ଡିଆ ୟୁନିଭର୍ସ’ କଣ୍ଟେଷ୍ଟରେ ସର୍ବଭାତୀୟ ସ୍ତରରେ ଦିଲ୍ଲୀରେ ପ୍ରଥମ, ଜୟପୁରରେ ଦ୍ବିତୀୟ ଏବଂ ମରିସସ୍‌ରେ ତୃତୀୟ ସ୍ଥାନ ଅଧିକାର କରି ସୁନ୍ଦରୀ ମାନେ ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି।

{"id":143242}

ମହିଳାମାନେ ଗୃହିଣୀ ଭାବେ ଘରର ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବା ସହ ଯଦି ଶାରୀରିକ ସୌନ୍ଦର୍ଯ୍ୟ ଓ ମାନସିକ ଦକ୍ଷତାରେ ଅଗ୍ରଣୀ ଅଛନ୍ତି ତେବେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ମିସ୍‌ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ସୁନ୍ଦରୀ ପ୍ରତିଯୋଗିତାର କ୍ରିଏଟିଭ୍‌ ହେଡ୍‌ ଭାବେ ଭୂମିକା ନିର୍ବାହ କରିଥିଲେ ପ୍ରଣୟ ଜେଠୀ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.