Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରୀଦେବୀ ମିଶ୍ର

28/07/2018 at 12:00 PM

ଗ୍ରୀସରେ ପୁଣି ଦେଖିବାକୁ ମିଳିବ ଓଡ଼ିଶାରେ କଳା ସଂସ୍କୃତି । haute monde ଅାୟୋଜିତ ମିସେସ ଇଣ୍ଡିଆ ପ୍ରତିଯୋଗିତାର ଏହାର ଝଲକ ଦେଖାଇବେ ଓଡ଼ିଶାର ଶ୍ରୀଦେବୀ ମିଶ୍ର । ଅାସନ୍ତା ୨୧ ସେପଟେମ୍ବର ଫାଇନାଲ ପାଇଁ ଯୋରଦାର ପ୍ରସ୍ତୁତି ଚାଲିଥିବାବେଳ, ଓଡ଼ିଶା ଫେରିବା ପରେ ନାରୀ ନିର୍ଯ୍ୟାତନ ପାଇଁ ଯୋଜନା ରହିଥିବା କହିଛନ୍ତି ଶ୍ରୀଦେବୀ |
ଗ୍ରୀସରେ ଅନୁଷ୍ଠିତ ହେବାକୁ ଥିବା ମିସେସ ଇଣ୍ଡିଆ ଫାଇନାଲରେ ଦେଖିବାକୁ ମିଳିବ ଓଡ଼ିଅା କଳା । ଖାସ କରି ଓଡ଼ିଶୀ ଡ୍ୟାନ୍ସ ସହିତ ସମ୍ବଲପୁରୀ ଡ଼୍ରେସର ଝଲକ । haute monde ପକ୍ଷରୁ ଅାୟୋଜିତ ଏହି ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ । ୨୧ ସେପଟେମ୍ବର ଗ୍ରାଣ୍ଡ ଫାଇନାଲରେ ଅନୁଷ୍ଠିତ ହେବାକୁ ଥିବାବେଳ ଓଡ଼ିଶାର ଶୀଦେବୀ ମିଶ୍ର ର ରାମ୍ପରେ ଚାଲିବା ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାର କଳାକୁ ସାମିଲ କରିବେ । ନୂଅାଦିଲ୍ଲୀରେ ଗତ ଜାନୁୟାରୀ ମାସ ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣ ପ୍ରତିଯୋଗିଙ୍କ ପଛରେ ପକାଇ ଏହି ଟିକେଟ ହାସଲ କରିଛନ୍ତି ଶ୍ରଦେବୀ । ଏଥି ପାଇଁ ରାମ୍ପରେ ଚାଲିବା, ପ୍ରଶ୍ନଉତ୍ତର, ଟ୍ୟାଲେଣ୍ଟ ଅାଦି ବିଭିନ୍ନ ବିଭାଗରେ ସେ ସଫଳ ବି ହେଇଛନ୍ତି । ଅାଉ ଫାଇନାଲରେ ପାଇଁ ପ୍ରସ୍ତତି ଚଳାଇ ଥିବାବେଳ, ଅାଗକୁ ତାଙ୍କୁ ଜଣେ କି ଦୁଇ ଜଣ ନୁହେଁ ପୂରା ୪୫ ଜଣ ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତା କରିବାକୁ ପଡ଼ିବ । ଯାହାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଶ୍ରୀଦେବୀ । ସେପଟେମ୍ବର ୧୨ ତାରିଖରେ ସେ ଗ୍ରୀସ ଯାତ୍ରା କରିବେ |
ସ୍ବାଧିନତାର ଦୀର୍ଘଦିନ ବିତି ଯାଇଥିଲେ ବି ସମାଜରେ ନାରୀ ପରିଧିନ ରହିଛି । ଏପରିକ ଝିଅକୁ ବୋଝ ବୋଲି ଭାବିଥାନ୍ତି ଅନେକ ପରିବାର । ଗ୍ରୀସରୁ ଫେରିବା ପରେ ସମାଜରେ ରହିଥିବା ଏଭଳି ଚିନ୍ତାଧାରାକୁ ଦୂର କରିବା ପାଇଁ ସେ ଯୋଜନା ରଖିଛନ୍ତି । ବିିଭନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା ଅାଣିବାକୁ ଅଣ୍ଟା ଭିଡ଼ିଛନ୍ତି ଶ୍ରୀଦେବୀ ।
ଗୋଟିଏ ପଟେ ଓଡ଼ିଶାର କଳା ବିଦେଶରେ ଚମକିବାକୁ ଥିବାବେଳେ, ସମାଜରେ ନାରିମାନଙ୍କୁ ଉଚିତ ସମ୍ମାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶ୍ରୀଦେବୀ। ଯାହା କି ପ୍ରଶଂସା ଯୋଗ୍ୟ ।

   Related Posts