Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

18/11/2020 at 6:14 PM

ପାନାଜୀ ୧୮/୧୧: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୂ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ବିଜେପିର ଜଣେ ଟାଣୁଆ ନେତା ଥିଲେ ମୃଦୁଳା ସିହ୍ନା। ଜନସଂଘରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ମୃଦୁଳା ସିହ୍ନା ଗୋଆର ରାଜ୍ୟପାଳ ଭାବେ ଦାୟୀତ୍ବ ତଲାଇଥିଲେ। ତେବେ ମୃଦୁଳା ସିହ୍ନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦୁଃଖ ପ୍ରକାଶ କରିବା ସହ ମୋଦି ଟ୍ବିଟ୍‌ କରି ଲେଖିଛନ୍ତି, ‘ଲୋକସେବା ପାଖରୁ ନିଜର ପ୍ରୟାସ ପାଇଁ ଶ୍ରୀମତୀ ମୃଦୁଳା ସିହ୍ନା ମନେ ରହିବେ। ସେ ଜଣେ କୁଶଳ ଲେଖିକା ଥିଲେ। ସାହିତ୍ୟ ସହିତ ସଂସ୍କୃତି କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା। ତାଙ୍କର ନିଧନରେ ଦୁଃଖି। ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା। ଓମ୍‌ ଶାନ୍ତି।’

ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବଡ଼ ବଡ଼ ନେତା ଶୋକ ପ୍ରକାଶ କରିଛନ୍ତି। ଅମିତ ଶାହ ଟ୍ବିଟ୍‌ କରି ଲେଖିଛନ୍ତି, ‘ଜୀବନ ଥିବା ପର୍ଯ୍ୟନ୍ତ ସେ ସମାଜ ଓ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ। ସେ ଜଣେ ନିପୁଣ ଲେଖିକା ଥିଲେ। ତାଙ୍କର ଲେଖା ପାଇଁ ବି ତାଙ୍କୁ ସର୍ବଦା ମନେ ପକାଯିବ। ତାଙ୍କ ପରିଜନଙ୍କୁ ସମବେଦନା ବ୍ୟକ୍ତ କରୁଛି।’

୨୭ ନଭେମ୍ବର ୧୯୪୨ରେ ବିହାରର ମୁଜାଫରନଗର ଛପରା ଗାଁରେ ଜନ୍ମ ଗ୍ରହଣ କରିଥିବା ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ସାହିତ୍ୟ ଜଗତରେ ମୃଦୁଳା ସିହ୍ନାଙ୍କ ନାଁ ବେଶ ସକ୍ରିୟ ଥିଲା। ଜୀବନ କାଳରେ ୪୬ ବହି ଲେଖିଥିଲେ ମୃଦୁଳା ସିହ୍ନା। ଏହା ସହ ମୃଦୁଳା ସିହ୍ନା ରାଜମାତା ବିଜୟାରାଜେଙ୍କ ଜୀବନୀ ଲେଖି ଚର୍ଚ୍ଚାରେ ମଧ୍ୟ ଥିଲେ।

   Related Posts