ଅନ୍ୟ ରୋଗୀର ପ୍ରେସ୍କ୍ରିପ୍ସନକୁ ଢ଼ାଲ କରି କୋଟି କୋଟି ଟଙ୍କା ହଡ଼ପ: ଭାଇରାଲ ଭିଡିଓରେ ସତ ଓଗାଳିଲେ ହସ୍ପିଟାଲ ଆଟେଣ୍ଡାଣ୍ଟ
22/09/2020 at 4:51 PM

ସମ୍ବଲପୁର୨୨/୯: ବୁର୍ଲା ଏମଆରଆଇ ଘୋଟାଲର ଖୋଲୁଛି ଗୁମର। ଏକ ଭାଇରାଲ ଭିଡିଓରେ ସେଠାରେ କାର୍ଯ୍ଯରତ ଜଣେ ଆଟେଣ୍ଡାଣ୍ଟ ଦୁର୍ନୀତିର ସତ ଓଗାଲିଛନ୍ତି। ଅଲଗା ରୋଗୀର ପ୍ରେସକ୍ରିପ୍ସନରେ ନିଜ କର୍ମଚାରୀଙ୍କ ହାତ ଗୋଡ ସ୍କାନ କରି କୋଟି କୋଟି ଟଙ୍କା ହଡପ କରୁଥିବା ସେ ଭାଇରାଲ୍ ଭିଡିଓରେ କହିଛନ୍ତି। କେବଳ ରୋଗୀଙ୍କ ଏମଆରଆଇ ସଂଖ୍ଯା ବଢାଇ ବିଲ୍ କରାଯାଉଥିଲା, ତା ନୁହେଁ ବରଂ ସଂସ୍ଥା ନିଜ କର୍ମଚାରୀଙ୍କ ହାତ ଗୋଡ ସ୍କାନ କରାଇ ବିଲ୍ ଆଦାୟ କରୁଥିଲା। ସଠାରେ ପୂର୍ବରୁ କାମ କରୁଥିବା ଆଟେଣ୍ଡାଣ୍ଟ ଗୋବିନ୍ଦ କଲେତ ଏକଥା କହିଛନ୍ତି । ଶୁଣନ୍ତି ସେ କହୁଛନ୍ତି….
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମାସେ ଦୁଇମାସ ଅନ୍ତରରେ ମରିଥିବା ରୋଗୀଙ୍କ ପ୍ରେସକ୍ରିପ୍ସନ ଦ୍ବାରା ବି ନିଜ କର୍ମଚାରୀଙ୍କ ହାତ ଗୋଡ ସ୍କାନ କରାଇ ବିଲ୍ ତିଆରି କରୁଥିଲା। ତେବେ ଏସବୁ ଦୁର୍ନୀତୀରେ ସହଯୋଗ ନକରିବାରୁ ଆଟେଣ୍ଡାଣ୍ଟ ଜଣଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି। ସେ ସିକିଲ ସେଲ୍ ରେ ପୀଡ଼ିତ ଥିବାରୁ MRI ମେସିନରେ ଶୋଇବାକୁ ମନା କରିବାରୁ ତାଙ୍କୁ ମଇ ମାସରୁ କାମରୁ ବାହାର କରିଛି କମ୍ପାନୀ । ତେବେ ଗୋବିନ୍ଦ ଏକା ନୁହନ୍ତି ତାଙ୍କ ସହ ଆଉ ୨ ଜଣଙ୍କୁ ଚାକିରିରୁ ବିଦା କରିଛି ସଂସ୍ଥା । ତେବେ ଏତେ ସବୁ ତଥ୍ଯ ପ୍ରମାଣ ପରେ କାହିଁକି ସମ୍ପୃକ୍ତ ସଂସ୍ଥାର ଏମଓୟୁ ବାତିଲ ହେଉନି ତାହା ବଡ ପ୍ରଶ୍ନ। ତେବେ ଏତେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ପରେ କେବେ କର୍ତ୍ତୃପକ୍ଷ ନେବ କାର୍ଯ୍ଯାନୁଷ୍ଠାନ ।