Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

‘‘ପ୍ରଧାନମନ୍ତ୍ରୀ ଜୀ ମୁଁ କ’ଣ ମୋ ଝିଅକୁ ସ୍କୁଲକୁ ଛାଡ଼ିବି ନାହିଁ’’? ନିଜ ଝିଅକୁ କୋଳରେ ଧରି ଅଭିନବ ଢ଼ଙ୍ଗରେ ପ୍ରତିବାଦ କଲେ ଏହି ବ୍ୟକ୍ତି

5/12/2019 at 6:55 PM

ବିଜୟଚୌକ୍‌୫/୧୨: ଏମିତି କେତେ ଦିନଧରି ମହିଳାଙ୍କ ଉପ​ରେ ଅତ୍ୟାଚାର ହେଉଥିବ। ଦେଶରେ ମହିଳାମାନେ କେତେ ସୁରକ୍ଷିତ? ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳି ଦେବା ଘଟଣାରେ ପୂରା ଦେଶ ସ୍ତବ୍ଧ। ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

ସରକାର, ପୋଲିସ ଓ ପ୍ରଶାସନ ଉପରକୁ ଜନଧାରଣ ବାରମ୍ବାର ଆଙ୍ଗୁଳି ଉଠାଉଛନ୍ତି। ପୁଣି ବର୍ଷେ ଓ ଛଅ ମାସ ପରେ ଏହି ଘଟଣା କୁଆଡ଼େ ଉଭାନ ହୋଇଯାଉଛି। ହାଇଦ୍ରାବାଦ ଘଟଣା​‌ରେ ମହିଳାମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ଆଜି ଜଣେ କଂଗ୍ରେସ କର୍ମୀ ସଚିନ ଚୌଧୁରୀ ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ସେ ନିଜ ଛୋଟ ଝିଅକୁ କୋଳରେ ଧରି ରାସ୍ତା ମଝିରେ ପ୍ରତିବାଦ କରିଥିଲେ।

ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର କଂଗ୍ରେସ ସଚିବ ସଚିନ ଚୌଧୁରୀ ନିଜ ଛୋଟ ଝିଅକୁ କୋଳରେ ଧରି ବିଜୟ ଚୌକ୍‌ରେ ପ୍ରତିବାଦ କରିଥିଲେ। ସେ ହାତରେ ମଧ୍ୟ ଏକ ପୋଷ୍ଟର ଧରିଥିଲେ। ନାରୀମାନେ ଦେଶରେ କେତେ ସୁରକ୍ଷିତ ବୋଲି ସର୍ବସମ୍ମୁଖରେ ସଚିନ ପ୍ରଶ୍ନ କରିଥିଲେ। ଏପରି କି ସଚିନ ନିଜ ପିଠିରେ ଏକ ପୋଷ୍ଟର ଛାପି ଥିଲେ। ଯେଉଁଥିରେ ଲେଖାଥିଲା ‘ଦୁଷ୍କର୍ମକାରୀଙ୍କୁ ୯୦ ଦିନରେ ଫାଶୀ ଦିଆଯାଉ’। ‘ପ୍ରଧାନମନ୍ତ୍ରୀ ଜୀ ମୁଁ କ’ଣ ମୋ ଝିଅକୁ ଘରୁ ସ୍କୁଲକୁ ଛାଡିବି ନାହିଁ’’ ବୋଲି ସଚିନ ପ୍ରଶ୍ନ କରିଥିଲେ।

   Related Posts