Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନାରେ ‘ମିଷ୍ଟର ଇଣ୍ଡିଆ’ ଜଗଦୀଶ ଲାଡଙ୍କ ଦେହାନ୍ତ, ଚାରି ଦିନ ସଂଘର୍ଷ ପରେ ଆଖି ବୁଜିଲେ

30/04/2021 at 5:47 PM

ନୂଆଦିଲ୍ଲୀ ୩୦।୦୪: ଅନ୍ତରାଷ୍ଟ୍ରୀୟ ବଡି ବିଲ୍‌ଡର ତଥା ମିଷ୍ଟର ଇଣ୍ଡିଆ ଟାଇଟଲ୍ ଜିତିଥିବା ଜଗଦୀଶ ଲାଡ୍‌ଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଶୁକ୍ରବାର ଭଦୋଦରାରେ ଜୀବନ ମରଣ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ୩୪ ବର୍ଷ ବୟସ ହୋଇଥିଲା। ସମସ୍ତ ପ୍ରକାରର ବାଧାବିଘ୍ନଙ୍କୁ ଏଡାଇ ଅନ୍ତରାଷ୍ଟ୍ରୀୟ ବଡିବିଲ୍ଡିଂରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ହେଲେ ମହାମାରୀ ଲଢେଇରେ ସେ ହାରି ଯାଇଛନ୍ତି।

କରୋନା ସଂକ୍ରମିତ ହେବା ପରେ ଜଗଦୀଶ ଲାଡ୍‌ଙ୍କୁ ଚାରି ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍‌ରେ ରଖାଯାଇଥିଲା। ହେଲେ ସେ କରୋନାକୁ ମାତ୍ ଦେଇ ପାରିଲେନି। ଜଗଦୀଶ ଲାଡ୍ ୯୦ କିଲୋଗ୍ରାମ ଭାର ବର୍ଗରେ ଅଂଶଗ୍ରହଣ କରୁଥିଲେ। ଜଗଦୀଶ କିଛି ବର୍ଷ ପୂର୍ବେ ନଭି ମୁମ୍ବାଇରୁ ଭଦୋଦରା ଚାଲି ଯାଇଥିଲେ। ଏଠାରେ ସେ ଜିମ୍ ଆରମ୍ଭ କରିଥିଲେ। ସେ ମୂଳତଃ ମହାରାଷ୍ଟ୍ରର ସାଙ୍ଗଲି  ଜିଲ୍ଲାର କୁଣ୍ଡଲୀ ଗାଁ ବାସିନ୍ଦା ଥିଲେ।

ସର୍ବଦା ହସ ଖୁସିରେ ରହୁଥିବା ଏହି ବଡିବିଲ୍‌ଡରଙ୍କ ନିଧନରେ ଖେଳ ଜଗତଙ୍କୁ ଗଭୀର ଆଘାତ ଲାଗିଛି। ସେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ପେଶାଦାର ଖେଳାଳି ଭାବେ ନିଜ କ୍ୟାରିୟର ଗଢିଥିଲେ। ଲାଡ୍ ବିଶ୍ଵ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ଓ ମିଷ୍ଟର ଇଣ୍ଡିଆରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି।

   Related Posts