Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଦୁନିଆର ସବୁଠାରୁ ଦାମୀ କାରର ମାଲିକ ହେଉଛନ୍ତି ମିଷ୍ଟର ବିନ, ତାଙ୍କ ଲାଇଫ ଷ୍ଟାଇଲ ଏମିତି ଯେ ରାଜା ମହାରାଜ ବି ପଛରେ ପଡ଼ିଯିବେ…

15/09/2019 at 9:03 PM

ନୂଆଦିଲ୍ଲୀ୧୫|୯: ଟେଲିଭିଜନରେ ଛୋଟ ଓ ବଡ଼ ସବୁ ବର୍ଗର ଲୋକଙ୍କ ପ୍ରିୟ ହାସ୍ୟ ୍ଭିନେତା ହେଉଛନ୍ତି ମିଷ୍ଟର ବିନ । ଆପଣ ଭାବୁଥିବେ ଏହି ମିଷ୍ଟର ବିନ କିଏ। ମିଷ୍ଟର ବିନ ‘ସୋ’ ପାଇଁ ଦର୍ଶକ ପାଗଳ ଥ।  ଏହି ସୋକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ମିଷ୍ଟର ବିନଙ୍କ ପ୍ରକୃତ ନାଁ ହେଉଛି ରୋଓ୍ବନ ଏଟକିନସନ। ବିଶ୍ବରେ ତାଙ୍କୁ ମିଷ୍ଟର ବିନ ନାମରେ ସମସ୍ତେ ଜାଣନ୍ତି।

ମିଷ୍ଟର ବିନ ନାମକ ଧାରାବାହିକର ସେ ହେଉଛନ୍ତି ମୁଖ୍ୟ ପାତ୍ର । ଏହି ବ୍ୟତୀତ ବ୍ଲାକେଡ୍‌ର, ନାଇନ ଓ କ୍ଲକ୍ ନ୍ୟୁଜ, ଦ ପୋଲିସ ମ୍ୟାନ୍ସ ବଲ୍ସ ଓ ଦ ଥିନ ଲାଇନ ନାମ, ଭଳି ଟିଭି ‘ସୋ’ରେ ସେ କାମ କରିଛନ୍ତି। ବିଶ୍ବର ସବୁଠାରୁ ଦାମି କାରକୁ ରୋଓ୍ବନ ବ୍ୟବହାର କରନ୍ତି। ତାଙ୍କ ଚଳନି କେଉଁ ରାଜା ମହାରାଜଙ୍କଠାରୁ ବି କମ୍‌ ନୁହେଁ। ରୋଓ୍ବନ ବିଳାଷପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି।

ମିଷ୍ଟର ବିନ ସିରିଜକୁ ପାଖାପାଖି ୨୦୦ଟି ଅଲଗା ଅଲଗା ଭାଷାରେ ବିଶ୍ବର ବିଭିନ୍ନ ଦେଶରେ ପ୍ରସାରଣ କରାଯାଉଛି ।  ଡରହମ୍‌ରେ ରୋଓ୍ବନ ଜନ୍ମ ଗ୍ରହଣ କରିଥିଲେ। ଲଣ୍ଡନର ଅକ୍ସଫୋର୍ଡର କ୍ବିନସ୍‌ କଲେଜରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାଠ ପଢ଼ିଥିଲେ। ଲରୀ ଚଳାଇବାକୁ ସେ ବହୁତ ପସନ୍ଦ କରୁଥିଲେ।

ମିଷ୍ଟର ବିନ ବା ରୋଓ୍ବନ ଏଟକକିନସନ ୮ ହଜାର କୋଟି ସମ୍ପତ୍ତିର ମାଲିକ। ବ୍ରିଟେନରେ ଥିବା ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ରହିଛି। ରୋଓ୍ବନଙ୍କ ଅଭିନୟ ପାଇଁ ବ୍ରିଟେନ୍‌ରେ ସେ ବେଶ୍ ପ୍ରସିଦ୍ଧ। ଲଣ୍ଡନରେ ତାଙ୍କର ଏକ ରାଜକୀୟ ବଙ୍ଗଳା ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ରୋଓ୍ବନଙ୍କ ପାଖରେ ଦୁନିଆର ସବୁଠାରୁ ଅଧିକ ଦାମି କାର McLaren F1 ରହିଛି। ୧୯୯୦ ମସିହାରେ McLaren F1କାର ଦାମ ୫ ଲକ୍ଷ ୪୦ ହଜାର ୟୁରୋ । କିନ୍ତୁ ବର୍ତ୍ତମାନ ସମୟରେ ଏହି କାରର ଦାମ ୮୦ରୁ ୧୦୦ କୋଟି ଟଙ୍କାରୁ ଅଧିକ ହେବ।

   Related Posts