ଅପ୍ରେଲ୍ ୩୦ରେ ଗଙ୍ଗା ସପ୍ତମୀ ଏବଂ ଚିତ୍ରଗୁପ୍ତ ପ୍ରାକଟ୍ୟୋତ୍ସବ : ଏହି ଦିନ ସ୍ନାନ ଏବଂ ପୂଜାର ରହିଛି ବିଶେଷ ମହତ୍ତ୍ବ

Published By : Prameya-News7 Bureau | April 29, 2020 IST

ଅପ୍ରେଲ୍ ୩୦ତାରିଖ ଗୁରୁବାର ଅର୍ଥାତ୍ ଆସନ୍ତା କାଲି ବୈଶାଖ ମାସର ଶୁକ୍ଳପକ୍ଷର ସପ୍ତମୀ ତିଥି। ଏହାକୁ ଗଙ୍ଗା ସପ୍ତମୀ ଏବଂ ଚିତ୍ରଗୁପ୍ତ ପ୍ରାକଟ୍ୟୋତ୍ସବ ଭାବେ ପାଳନ କରାଯାଇଥାଏ। ଏହି ପର୍ବ ଗଙ୍ଗା ତୀର୍ଥ ସ୍ନାନ ଏବଂ ଭଗବାନ ଚିତ୍ରଗୁପ୍ତଙ୍କ ପୂଜାର ବିଶେଷ ମହତ୍ତ୍ବ ରହିଛି। କିନ୍ତୁ କରୋନା ମହାମାରୀ କାରଣରୁ ଘରେ ପାଣିରେ ଗଙ୍ଗା ଜଳ ପକାଇ ସ୍ନାନ କରିବା ଉଚିତ୍ ଏବଂ ଘରେ ଭଗବାନ ଚିତ୍ରଗୁପ୍ତଙ୍କ ବିଶେଷ ପୂଜା କରିବା ଉଚିତ୍।

ବୈଶାଖ ମାସର ଶୁକ୍ଳପକ୍ଷର ସପ୍ତମୀକୁ ଗଙ୍ଗା ସପ୍ତମୀ କୁହାଯାଇଥାଏ। ଏପରି ବିଶ୍ବାସ ରହିଛି ଯେ ଗଙ୍ଗାଙ୍କ ଉତ୍ପତ୍ତି ଏହି ଦିନ ହୋଇଥିଲା। ଧର୍ମ ଗ୍ରନ୍ଥ ଅନୁସାରେ ଯେବେ କପିଳ ମୁନିଙ୍କ ଅଭିଶାପରେ ସୂର୍ଯ୍ୟବଂଶୀ ରାଜା ସଗରଙ୍କ ୬୦,୦୦୦ ପୁତ୍ର ଭସ୍ମ ହୋଇଯାଇଥିଲେ ସେତେବେଳେ ତାଙ୍କ ଉଦ୍ଧାର ପାଇଁ ରାଜା ସଗରଙ୍କ ବଂଶଜ ଭାଗୀରଥ ଘୋର ତପସ୍ୟା କରି ମାତା ଗଙ୍ଗାଙ୍କୁ ପ୍ରସନ୍ନ କରିଥିଲେ ଏବଂ ପୃଥିବୀ ପୃଷ୍ଠକୁ ନେଇ ଆସିଥିଲେ। ଗଙ୍ଗାଙ୍କ ସ୍ପର୍ଶରେ ହିଁ ସଗରଙ୍କ ୬୦,୦୦୦ ପୁତ୍ରଙ୍କ ଉଦ୍ଧାର ହୋଇପାରିଥିଲା। ଗଙ୍ଗାଙ୍କୁ ମୋକ୍ଷଦାୟିନୀ କୁହାଯାଇଥାଏ।

ଗ୍ରନ୍ଥ ଅନୁସାରେ ବୈଶାଖ ମାସର ଶୁକ୍ଳପକ୍ଷର ସପ୍ତମୀ ତିଥିରେ ଯମରାଜାଙ୍କ ସହଯୋଗୀ ଚିତ୍ରଗୁପ୍ତ ପ୍ରକଟ ହୋଇଥିଲେ। ଚିତ୍ରଗୁପ୍ତ ଯମଲୋକରେ ନ୍ୟାୟାଳୟର ଲେଖକ ଭାବେ ଜଣା ଯାଉଥିଲେ। ଥରେ ଯେତେବେଳେ ବ୍ରହ୍ମା ଧ୍ୟାନ କରୁଥିଲେ ସେତେବେଳେ ତାଙ୍କ ଅଙ୍ଗରୁ ଅନେକ ରଙ୍ଗରୁ ଚିତ୍ରିତ ଲେଖନୀ ପାଇଁ ଜଣେ ପୁରୁଷ ଉତ୍ପନ୍ନ ହୋଇଥିଲେ। ତାଙ୍କ ନାଁ ଚିତ୍ରଗୁପ୍ତ ଥିଲା। ବ୍ରହ୍ମାଙ୍କ କାୟାରୁ ଉତ୍ପନ୍ନ ହୋଇଥିବାରୁ ତାଙ୍କୁ କାୟସ୍ଥ ବୋଲି କୁହାଯାଏ।

ଚିତ୍ରଗୁପ୍ତ ବ୍ରହ୍ମାଙ୍କୁ ତାଙ୍କ କାର୍ଯ୍ୟ ସମ୍ବନ୍ଧରେ ପଚାରିବାରୁ ବ୍ରହ୍ମା କହିଥିଲେ ଯେ ତାଙ୍କ କାମ ଯମଲୋକରେ ମନୁଷ୍ୟର ପାପ ଏବଂ ପୁଣ୍ୟର ଲେକା ପ୍ରସ୍ତୁତ କରିବା ହେବ। ସେହି ସମୟରୁ ସେ ଯମଲୋକରେ ପାପ ଏବଂ ପୁଣ୍ୟର ଗଣନା କରନ୍ତି। ଅମ୍ବଷ୍ଟ,ମାଥୁର ତଥା ଗୌଡ଼ ଆଦି ମିଶି ତାଙ୍କ ୧୨ଜଣ ପୁତ୍ର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.