ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପନସର୍ MPL, ବିସିସିଆଇ କଲା ଘୋଷଣା

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ,୧୭|୧୧: ଭାରତୀୟ କ୍ରିକେଟ ଟିମ୍‌ର ଜର୍ସି ଏବେ ଏମପିଏଲ ସ୍ପୋର୍ଟସ୍ ଡିଜାଇନ୍ ଓ ତିଆରି କରିବ । ବିସିସିଆଇ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏନେଇ ମଙ୍ଗଳବାର ସୂଚନା ଦେଇଚି । ବିସିସିଆଇ ମହିଳା କ୍ରିକେଟ୍ ଟିମ୍, ପୁରୁଷ ଟିମ୍ ଓ ଅଣ୍ଡର ୧୯ ଟିମ୍‌ର ଜର୍ସି ପାଇଁ ଏମପିଏଲ ସ୍ପୋର୍ଟସ୍ ସହ ୩ ବର୍ଷର ଚୁକ୍ତି କରିଛି ।

ଦଳର ନୂଆ କିଟ୍ ପ୍ରାୟୋଜକ ଭାବେ ମୋବାଇଲ୍ ପ୍ରିମିୟର ଲିଗ୍ ବା ଏମପିଏଲ ଭାରତର ସବୁଠାରୁ ବଡ ଇ-ସ୍ପୋର୍ଟସ୍ ପ୍ଲାଟଫର୍ମ ଅଟେ । ନୂଆ ଚୁକ୍ତି ଅନୁସାରେ, ଏମପିଏଲ ସ୍ପୋର୍ଟସ୍ ୨୦୨୦ ନଭେମ୍ବରରୁ ଡିସେମ୍ବର ୨୦୨୩ ଯାଏଁ ଦଳର କିଟ୍ ସ୍ପନସର୍ ରହିବ । ଏମପିଏଲ ସ୍ପୋର୍ଟସ୍ ନଭେମ୍ବର ୨୦୨୦ରେ ଅଷ୍ଟ୍ରେଲିଆ ଗସ୍ତରୁ ଚୁକ୍ତି ଅନୁସାରେ କିଟ୍ ଯୋଗାଇବ ।

wp:html /wp:html

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ଏମପିଏଲ ସ୍ପୋର୍ଟସ୍ ଦ୍ୱାରା ଡିଜାଇନ୍ ଓ ତିଆି ହୋଇଥିବା କିଟରେ ଦେଖିବାକୁ ମିଳିବେ । ଟିମ୍ ଇଣ୍ଡିଆର ଜର୍ସି ବ୍ୟତୀତ ଏମପିଏଳ ସ୍ପୋର୍ଟସ୍ ଲାଇସେନ୍ସ ପ୍ରାପ୍ତ ଭାରତୀୟ ଦଳର ଅନ୍ୟ ସାମଗ୍ରୀ ମଧ୍ୟ ବିକ୍ରି କରିପାରିବ । ଏହି ଚୁକ୍ତିକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଯେ,ଏହା ଭାରତୀୟ ଦଳ ଓ ଦେଶରେ ଖେଳକୁ ଏକ ସ୍ୱତନ୍ତ୍ର ସ୍ତରକୁ ନେବ । ଏମପିଏଲ ଯୁବ ଭାରତୀୟ ଖେଳାଳିଙ୍କ ସହ କାମ କରିବା ନେଇ ଆଶା କରାଯାଉଛି । ଏମପିଏଲ ଉଚ୍ଚ ଗୁଣବତ୍ତାର କିଟ୍ ଯୋଗାଇବ । କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ କ୍ରିକେଟ ପ୍ରେମୀଙ୍କୁ ଭାରତୀୟ ଦଳର ଜର୍ସି ମିଳିପାରିବ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ କହିଛନ୍ତି ଯେ, ୨୦୨୩ ସୁଦ୍ଧା ଏମପିଏଲ ଭାରତୀୟ ମହିଳା ଓ ପୁରୁଷ ଟିମକୁ କିଟ୍ ଯୋଗାଇବ । ଏହା ଭାରତୀୟ କ୍ରିକେଟ୍ ପାଇଁ ଏକ ନୂଆ ଯୁଗ ସଦୃଶ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.