Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମାତୃଭୂମିର ପରିଚାଳନା ନିର୍ଦେଶକ ବୀରେନ୍ଦ୍ର କୁମାରଙ୍କ ପରଲୋକ : ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ପି. ବିଜୟନ

29/05/2020 at 6:24 PM

ନୂଆଦିଲ୍ଲୀ ୨୯/୦୫ : ରାଜ୍ୟସଭା ସଦସ୍ୟ ତଥା ମାଲାୟାଲାମ ଖବରକାଗଜ ମାତୃଭୂମିର ପରିଚାଳନା ନିର୍ଦେଶକ ଏମପି ବୀରେନ୍ଦ୍ର କୁମାରଙ୍କ ନିଧନ ହୋଇଯାଇଛି | ବୀରେନ୍ଦ୍ର କୁମାରଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସମବେଦନା ଜଣାଇଛନ୍ତି | ସେ ଗରିବଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବା ଉପରେ ବିଶ୍ୱାସ ରଖୁଥିଲେ | ଟ୍ୱିଟ କରି ମୋଦି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି

ବୀରେନ୍ଦ୍ର କୁମାର ପୂର୍ବତ୍ତନ କ୍ୟାବିନେଟ ମନ୍ତ୍ରୀ ଥିଲେ | ଗୁରୁବାର, ମେ ୨୮ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି |

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବୀରେନ୍ଦ୍ର କୁମାରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ରାହୁଲ ଟ୍ୱିଟ କରି ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ସମବେଦନା ଜଣାଇଛନ୍ତି |

କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ମଧ୍ୟ ବୀରେନ୍ଦ୍ର କୁମାରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଦେଶର ଗଣତନ୍ତ୍ର ପାଇଁ ଏହା ଏକ ବହୁତ ବଡ କ୍ଷତି | ଗଣମାଧ୍ୟମ ଇଣ୍ଡଷ୍ଟ୍ରି ପ୍ରତି ବୀରେନ୍ଦ୍ର କୁମାରଙ୍କ ଅବଦାନ ବହୁତ ମୂଲ୍ୟବାନ ଥିଲା ବୋଲି ସେ କହିଛନ୍ତି | ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିରନ୍ତର ସାମ୍ପ୍ରଦାୟିକତା ଏବଂ ବିଭାଜନକାରୀ ରାଜନୀତି ସହ ଲଢ଼ିଥିଲେ | ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ପି.ବିଜୟନ ସମବେଦନା ଜଣାଇଛନ୍ତି |

   Related Posts