ଦଶହରା ମୂର୍ତ୍ତି ଉଚ୍ଚତା ବିବାଦରେ ମୁହଁ ଖୋଲିଲେ ସାଂସଦ ସୁବାଷ ସିଂହ, କହିଲେ- ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରିସ୍ଥିତିକୁ ଜଟିଳ କରିଛି

Published By : Prameya-News7 Bureau | September 18, 2021 IST

ଭୁବନେଶ୍ବର ୧୮।୯: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କ ପରେ ମୁହଁ ଖୋଲିଲେ ସାଂସଦ ସୁବାଷ ସିଂହ । ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମୁହଁ ଖୋଲିଲେ ସୁବାସ । ସେ କହିଛନ୍ତି ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରିସ୍ଥିତିକୁ ଜଟିଳ କରିଛି । ପୂଜା ସମୟରେ ଏପରି ମନ୍ତବ୍ୟ ଦେବା ଠିକ୍ ହୋଇନାହିଁ। ସରକାର କୋଭିଡ୍ ସମୟରେ ଜୀବନରକ୍ଷା ପାଇଁ କଟକଣା ଜାରି କରିଥିଲେ । କିନ୍ତୁ ଏହାକୁ ନେଇ ରାଜନୀତିକରଣ ଓ ମତ ପାର୍ଥକ୍ୟ କରିବା ଉଚିତ ନଥିଲା ବୋଲି ସୁବାଷ କହିଛନ୍ତି । ହାଇକୋର୍ଟଙ୍କ ରାୟକୁ ଆମେ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି ।

ପାର୍ବଣରେ ୪ ଫୁଟ୍ ଉଚ୍ଚ ମୂର୍ତ୍ତି କଟକଣାକୁ ନେଇ ସରକାରଙ୍କ ଯୁକ୍ତି ସହିତ ସେ ବ୍ୟକ୍ତିଗତ ଭାବେ ଆଦୌ ଏକମତ ହୋଇପାରୁ ନାହାନ୍ତି ବୋଲି କହିଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.