Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଘର ଭାଙ୍ଗୁ ଭାଙ୍ଗୁ କାନ୍ଥରୁ ମିଳିଲା ଭିକ୍ଟୋରିଆ ଶାସନ କାଳର ମୂଲ୍ୟବାନ ମୁଦ୍ରା, ୩୦ ଚାନ୍ଦୀର ସିକ୍କା ନେଇ ଶ୍ରମିକ ଫେରାର୍

29/05/2021 at 10:31 AM

ମଧ୍ୟପ୍ରଦେଶ ୨୯/୫ : ମଧ୍ୟପ୍ରଦେଶ ସାଗରରେ ଘରର କାନ୍ଥ ଭାଙ୍ଗିବା ବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାଣୀ ଭିକ୍ଟୋରିଆଙ୍କ ରାଜତ୍ୱର ୩୦ଟି ରୂପା ମୁଦ୍ରା କାନ୍ଥରେ ଦେଖିବାକୁ ମିଳିଛି । ତେବେ ଆଶ୍ଚର୍ଯ୍ୟର କଥା ଘର ଭାଙ୍ଗୁଥିବା ଶ୍ରମିକ ଏସବୁ ଦେଖିବା ପରେ ସବୁ ମୁଦ୍ରା ନେଇ ସେଠୁ ଘରକୁ ପଳାଇଯାଇଥିଲେ । ଏହା ବିଷୟରେ କାହାକୁ ଜଣାଇବା ପରିବର୍ତ୍ତେ ଏହାକୁ ଲୁଚାଇ ରଖିଥିଲେ ।

ପୋଲିସ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ସେହି ଶ୍ରମିକଙ୍କୁ ଗିରଫ କରିବା ସହ ୩୦ ଚାନ୍ଦି ମୁଦ୍ରା ଜବତ କରିଛି । ମଧ୍ୟପ୍ରଦେଶ ସାଗର କ୍ୟାଣ୍ଟ ଅଞ୍ଚଳରେ ମାଧିଆ ବିଠଲ ନଗରରେ ଘଟିଛି ଏହି ଘଟଣା । କ୍ୟାଣ୍ଟ ପୋଲିସ ଷ୍ଟେସନ ଇନଚାର୍ଜ ସମରଜିତ ସିଂ ପ୍ୟାରୀହର କହିଛନ୍ତି ଯେ ଆମେ ସୂଚନାଦାତାଙ୍କଠାରୁ ସୂଚନା ପାଇଥିଲୁ ଯେ ଜଣେ ବ୍ୟକ୍ତି ପାହାଡ ନିକଟରେ ଥିବା ଘରର କାନ୍ଥରୁ କିଛି ରୂପା ମୁଦ୍ରା ପାଇଛନ୍ତି । ଏବଂ ସେ ଲୁଚିକି ରହୁଛନ୍ତି ।

ଅନୁସନ୍ଧାନ ପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ପଚରାଉଚରା ବେଳେ ସେ କହିଥିଲେ ଯେ ସେ ଏକ ପୁରୁଣା ଘର ଭାଙ୍ଗିବାର ଥିଲା । ସେଠାରେ ନୂଆ ପାଲ୍ଷାଟି କାମ ହୋଇଥାନ୍ତା । ସେଠାରେ ଥିବା କାନ୍ଥରୁ ରୂପା ମୁଦ୍ରା ମିଳିଥିଲା । ଏହାପରେ ପୋଲିସ ତାଙ୍କୁ ଗରିଫ କରିବା ସହ ୩୦ ରୂପା ମୁଦ୍ରା ଜବତ କରଥିଲା । ଜବତ ହୋଇଥିବା ମୁଦ୍ରାର ମୂଲ୍ୟ ପାଖାପାଖି ୨୦ ହଜାର ଟଙ୍କା ହେବା ବୋଲି ସୂଚନା ମିଳିଛି ।

   Related Posts