ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲେ ସାଂସଦ

Published By : Prameya-News7 Bureau | February 04, 2019 IST

ବାରିପଦା୪|୨:  ଗତ ଜାନୁଆର୧୫ ତାରିଖ ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ଦିନର ଘଟଣା। କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ମଞ୍ଚ ଉପରେ ଭାଷଣ ଦେବା ବଳେ ମୟୂରଭଞ୍ଜ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଚିଟଫଣ୍ଡ ମାମଲାରେ ଜେଲ ଫେରନ୍ତା ଅଭିଯୁକ୍ତ ବୋଲି ଆକ୍ଷେପ କରିଥିଲେ । ତେବେ ଏହାକୁ ସହଜରେ ନେଇନାହାନ୍ତି ରାମ ଚନ୍ଦ୍ର ହାଁସଦା ।

{"id":81915}

ଏନେଇ ଗତ ୯ ତାରିଖରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଏତଲା ଦେଇଥିଲେ ରାମଚନ୍ଦ୍ର। ମାମଲାରେ ଆଟ୍ରୋସିଟି ଦଫା ଲାଗିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ଏହାକୁ ବିରୋଧ କରି ସାଂସଦ ରାମଚନ୍ଦ୍ର ପୁଣି ଗତ ୨୧ତାରିଖରେ ବାରିପଦା  ଜିଲ୍ଲା ଓ ଦୌରାଜଜ୍ ଙ୍କ ଅଦାଲତର ଆଶ୍ରୟ ନେଇଥିଲେ। ତବେ କୋର୍ଟର ନିର୍ଦ୍ଦଶେ ଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଅଭିଯୋଗ କରିଛନ୍ତି ରାମଚନ୍ଦ୍ର ।

{"id":81916}

ସେ ଧର୍ମେନ୍ଦ୍ରଙ୍କର ତୁରନ୍ତ ଗିରଫଦାରୀ ଦାବୀ କରିଛନ୍ତି। ଆଜି ନିଜ ସମର୍ଥକଙ୍କୁ ଧରି ସ୍ଥାନୀୟ ଛଉପଡିଆରେ ଏକ ପ୍ରତିବାଦ ସଭା କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି। 

{"id":81917}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.