ସାଂସଦ ରଘୁନାଥ ମହାପାତ୍ରଙ୍କ ଯୁକ୍ତି, ‘ଗଜପତି ମହାରାଜା ଯେଉଁ ଚିଠି ଲେଖିଛନ୍ତି ତାହା ସମସ୍ତଙ୍କ ମତ’

Published By : Prameya-News7 Bureau | June 21, 2020 IST

ଭୁବେନଶ୍ବର ୨୧।୬: ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି ଲେଖା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର । ସେ କହିଛନ୍ତି ଯେ ଗଜପତି ମହାରାଜ ଯେଉଁ ଚିଠି ଲେଖିଛନ୍ତି ତାହା ସମସ୍ତଙ୍କର ମତ । ସୁପ୍ରିମକୋର୍ଟରେ ୧୨-୧୫ ଲକ୍ଷ ଭକ୍ତ ସମାଗମ ହେବେ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରାଗଲା ତାହା ଭୁଲ ଥିଲା । ଗଜପତି ମହାରାଜା ଯେଉଁ ଚିଠି ଲେଖିଛନ୍ତି ତାହା ସମସ୍ତଙ୍କର ମତ ।

ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟ ଓ ଅନ୍ୟ ମାନଙ୍କର ମତ । ଜଗନ୍ନାଥ କାଠ କଣ୍ଢେଇ ନୁହଁନ୍ତି । ଯେଉଁଠିକି ଯିଏ ଚାହିଁବ ନେଇ ଯିବ । ଅଧର ପଣା ରଥ ଉପରେ ହୁଏ, ଗୁଣ୍ଡିଚା ମନ୍ଦିର ଭିତରେ କେମିତି ହେବ । ତେଣୁ ରଥଯାତ୍ରା ହେବା ଉଚିତ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପରେ ମଧ୍ୟ ମୁଖ୍ୟ ବିଚାରପତି ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସେ ଯାହା କରିବେ । ତାଙ୍କ ଉପରେ ଭରଷା ଅଛି । ଯଦି କିଛି କୁଆଡୁ ନହେଲା ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା ହୋଇଯାହା ନିଷ୍ପତ୍ତି ହେବ । ସୁପ୍ରିମକୋର୍ଟ ଉପରେ ଆଉ ଜଣେ ସୁପ୍ରିମ ଅଛନ୍ତି । କାଲି ପାଇଁ ଜଗନ୍ନାଥ ହିଁ ଭରଷା।

ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଗଜପତିଙ୍କ ଅନୁରୋଧ ରକ୍ଷା କରନ୍ତୁ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଅନ୍ତୁ । ରଥଯାତ୍ରା ଓ ଜଗନ୍ନାଥଙ୍କ ନୀତିକାନ୍ତିରେ ଜଗଦଗୁରୁ ଓ ଗଜପତି ମହାରାଜାଙ୍କ ଯଥେଷ୍ଟ ଭୂମିକା ରହିଛି । ତେଣୁ ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଅନ୍ତୁ । ସେହିପରି  କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ରାଜ୍ୟ ସରକାର ଆଡ଼ଭୋକେଟ ଜେନେରାଲଙ୍କୁ ସୁପ୍ରିମକୋର୍ଟକୁ ପଠାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.