ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ଲୋକଙ୍କୁ ଦେଶରେ ରହିବାର ଅଧିକାର ଅଛି କି ? : ପ୍ରତାପ ଷଡ଼ଙ୍ଗୀ
24/06/2019 at 4:32 PM

ନୂଆଦିଲ୍ଲୀ ୨୪/୬ : ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପ୍ରତାପ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଲୋକସଭାରେ ଆଜି ପ୍ରତାପ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଯେଉଁମାନେ ଭାରତକୁ ଟୁକୁଡା ଟୁକୁଡା କରିବାରେ ଲାଗିଛନ୍ତି, ପାକିସ୍ତାନ ଜିନ୍ଦାବାଦ, ଅଫଜଲ ଗୁରୁ ଜିନ୍ଦାବାଦ ନାରା ଲଗାଉଛନ୍ତି ସେମାନଙ୍କୁ ଦେଶରେ ରହିବା ଅଧିକାର ଅଛି କି ବୋଲି ପ୍ରତାପ ପ୍ରଶ୍ନ କରିଥିଲେ ।
କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ଦେଶରେ କେବଳ ଦୁର୍ନୀତି ହିଁ ଚାଲିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ମୂକଦର୍ଶକ ସାଜିଥିଲେ ବୋଲି କଡା ଆକ୍ଷେପ କରିଥିଲେ ପ୍ରତାପ । ନେହରୁ ଗାନ୍ଧୀ ପରିବାରକୁ ନେଇ ମଧ୍ୟ ପ୍ରତାପ ମନ୍ତବ୍ୟ ଦେଇଥିଲେ ଯାହାକୁ ବିରୋଧୀ ବିରୋଧ କରିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାକୁ ବିରୋଧ କରିବାକୁ ସଦସ୍ୟଙ୍କୁ ସଂକେତ ଦେଇଥିଲେ ।