ପ୍ରତିଶ୍ରୁତି ରକ୍ଷାକଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ଦିବ୍ୟାଙ୍ଗଙ୍କୁ ଭେଟି କଲେ ସହାୟତା

Published By : Prameya-News7 Bureau | July 15, 2021 IST

ନୀଳଗିରି ୧୫/୦୭ : ପୁଣି ମହାନତାର ପରିଚୟ ଦେଇଛନ୍ତି ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଆଁ ଗ୍ରାମର ବିଜୁ ମହାରଣା ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତଗୋଡ ହରାଇ ଶାରୀରିକ ଅକ୍ଷମ ହୋଇଥିବା ବେଳେ ଅସହାୟ ହୋଇପଡିଥିଲେ । ତେବେ ଏଭଳି ଦୁଃସ୍ଥିତି ସମୟରେ ସହାୟତାର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିଲେ ସାଂସଦ । ପ୍ରତିଶୃତି ପୂରଣ କରିବା ପୂର୍ବକ ବିଜୁଙ୍କୁ ସହାୟତା ପ୍ରଦାନ କରିଛନ୍ତି ପ୍ରତାପ ଷଡଙ୍ଗୀ ।

ସୂଚନାଯୋଗ୍ୟ, ବିରୁଆଁ ଗ୍ରାମର ବିଜୁ ମହାରଣା ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତଗୋଡ ହରାଇ ଥିଲେ । ପରିବାରରେ ଏକ ମାତ୍ର ରୋଜଗାରକ୍ଷମ ହୋଇଥିବାରୁ କଣ କରିବେ କିଛି ଭାବି ପାରୁନଥିଲେ ବିଜୁ । ପ୍ରାୟ ମାସକ ଆଗରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇ ବିଜୁଙ୍କୁ ଭେଟି ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଭବିଷ୍ୟତରେ କିପରି ରୋଜଗାର କ୍ଷମ ହୋଇପାରିବେ ଜତ କିଞ୍ଚିତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶାରୀରିକ ଅକ୍ଷମ ହେଲେ ହେଁ ଭିକ୍ଷା ବୃତ୍ତିକରି ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହିତ ବଞ୍ଚିବା ପାଇଁ ତାଙ୍କୁ ଆହ୍ୱାନ ଦେଇଥିଲେ । ସହାୟତା ସ୍ବରୂପ ଏକ ଜେରକ୍ସ ମେସିନ ଦେବାପାଇଁ ବିଜୁଙ୍କୁ ସେ ସମୟରେ ପ୍ରତାପଙ୍କୁ କହିଥିଲେ । ପ୍ରତିଶୃତି ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବିରୁଆଁ ଗାଆଁକୁ ଯାଇ ଏକ ଜେରକ୍ସ ମେସିନ ବିଜୁ ମହାରଣାଙ୍କୁ ପ୍ରଦାନ କରିଛନ୍ତି । ଏଥିପାଇଁ ବିଜୁ ଓ ତାଙ୍କ ପରିବାରଙ୍କ ଆନନ୍ଦ ଅଶ୍ରୁ କହିଲେ ନସରେ । ଏଭଳି ବଦାନ୍ୟତା ପାଇଁ ଶ୍ରୀ ଷଡ଼ଙ୍ଗୀ ଙ୍କୁ ତାଙ୍କ ପରିବାର କୃତଜ୍ଞତା ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.