ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ ସାଂସଦ ପ୍ରମିଳା ବିଶୋଇ, ନିଖୋଜ ଓଡିଆ ଯବାନଙ୍କୁ ଖୋଜିବା ନେଇ ଚିଠିରେ ଉଲ୍ଲେଖ

Published By : Prameya-News7 Bureau | June 09, 2019 IST

ଗଞ୍ଜାମ ୯|୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ ଆସ୍କା ସାଂସଦ ପ୍ରମିଳା ବିଶୋଇ । ଭାରତୀୟ ବାୟୁସେନାର ନିଖୋଜ ବିମାନରେ ଥିବା ୧୩ ବାୟୁସେନା ଯବାନଙ୍କ ଭିତରେ ଅଛନ୍ତି ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନୀତ ମହାନ୍ତି । ତାଙ୍କର ଏଯାଏଁ କୌଣସି ପତ୍ତା ମିଳୁନାହିଁ । ସୁନୀତଙ୍କ ଘର ଗଞ୍ଜାମର କବିସୂର୍ଯ୍ୟନଗର ଅଞ୍ଚଳରେ। ସେ ନିଜ ପରିବାର ସହ ଦିଲ୍ଲୀରେ ରହୁଥିଲେ । ନିଜ ମାଟିର ପାଇଲଟ ପୁଅକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସାଂସଦ ପ୍ରମିଳା ବିଷୋୟୀ । ଏଥିପାଇଁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପୁଅର ପତ୍ତା ନ ମିଳୁନଥିବାରୁ ସୁନୀତଙ୍କ ବାପା ଓ ମା ଭାଙ୍ଗି ପଡିଛନ୍ତି  । ପୁଅକୁ ଖୋଜିବା ପାଇଁ ଆକୁଳ ନିବେଦନ କରିଛନ୍ତି । ତେଣୁ ତଲାସି ଅଭିଯାନକୁ  ତ୍ୱରାନିତ୍ୱ କରିବାକୁ ରାଜନାଥଙ୍କୁ ଚିଠି ଲେଖି ଜଣାଇଛନ୍ତି । କେବଳ ସୁନୀତ ନୁହେଁ ବରଂ ନିଖୋଜ ଥିବା ସମସ୍ତ ବାୟୁସେନା ଯବାନଙ୍କୁ ଖୋଜିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରମିଳା ।

wp:gallery {"ids":[121454]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.