Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ମଧ୍ୟ ପ୍ରଦେଶ ପଲିଟିକ୍ସ: ବାଚସ୍ପତିଙ୍କୁ ଚିଠି ଲେଖିଲେ ୧୬ ବିଦ୍ରୋହୀ ବିଧାୟକ, କହିଲେ ଆସ୍ଥା ଭୋଟକୁ ଯାଇ ପାରିବୁ ନାହିଁ

15/03/2020 at 9:04 PM

ଭୋପାଳ ୧୫।୦୩: ମଧ୍ୟ ପ୍ରଦେଶରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉ ନାହିଁ। ରାଜ୍ୟପାଳ ସୋମବାର ଗୃହରେ ବହୁମତ ସାବ୍ୟସ୍ତ କରିବାକୁ କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ କର୍ଣ୍ଣାଟକରେ ଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ବିଧାୟକମାନେ ଲେଖିଛନ୍ତି ଯେ, ସେମାନେ ସୋମବାର ଗୃହରେ ହେବାକୁ ଥିବା ଆସ୍ଥା ଭୋଟରେ ଉପସ୍ଥିତ ରହିବେ ନାହିଁ। କେବଳ ଏତିକି ନୁହଁ ୬ ମନ୍ତ୍ରୀଙ୍କ ଉଦାହରଣ ଦେଇ ନିଜର ଇସ୍ତଫା ସ୍ଵୀକାର କରିବାକୁ ମଧ୍ୟ ବିଧାୟକମାନେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ମାର୍ଚ୍ଚ ୧୪ରେ ବିଧାନସଭା ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ପୂର୍ବତନ ଛଅ ମନ୍ତ୍ରୀଙ୍କ ଇସ୍ତଫା ସ୍ଵୀକାର କରିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ କରୁଥିବା ଏହି ମନ୍ତ୍ରୀ ମାର୍ଚ୍ଚ ୧୦ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସର ବିଦ୍ରୋହୀ ବିଧାୟକ ଭିଡିଓ ଜାରି କରି ନିଜର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ଦାବି କରିଥିଲେ। କାରଣ ଭୋପାଳରେ ସେମାନଙ୍କର ସୁରକ୍ଷା ନେଇ ମନରେ ସଂଶୟ ରହିଛି। ଏଥିପାଇଁ ଆମର ସୁରକ୍ଷା ଲାଗି କେନ୍ଦ୍ରୀୟ ସୁରକ୍ଷାବଳଙ୍କ ସହାୟତା ନିଆଯାଉ।

ଅପରପକ୍ଷେ କଂଗ୍ରେସ ମାର୍ଚ୍ଚ ୧୬ରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଉପସ୍ଥିତ ରହିବାକୁ ନିଜର ବିଧାୟକଙ୍କୁ ହ୍ଵିପ୍ ଜାରି କରିଛି। ଏଥିରେ କୁହାଯାଇଛି ଯେ, ବିଧାନସଭାର ଅଧିବେଶନ ସମସ୍ତ କାର୍ଯ୍ୟ ଦିବସ ଅର୍ଥାତ ମାର୍ଚ୍ଚ ୧୬ ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ସମସ୍ତ ବିଧାୟକ ଭୋପାଳରେ ବାଧ୍ୟତାମୂଳକ ଉପସ୍ଥିତ ରହିବେ। ହ୍ଵିପରେ ଏହା ମଧ୍ୟ କୁହାଯାଇଛି ଯେ, ସମସ୍ତ ସଦସ୍ୟ ଗୃହକାର୍ଯ୍ୟରେ ସଂପୂର୍ଣ୍ଣ ଭାବେ ଉପସ୍ଥିର ରୁହନ୍ତୁ ଏବଂ କୌଣସି ବି ସ୍ଥିତିରେ ସରକାର ପକ୍ଷରେ ମତଦାନ କରନ୍ତୁ।

   Related Posts