Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଘରକୁ ଫେରୁଥିବା ଶ୍ରମିକଙ୍କ କପାଳରେ ପୋଲିସ ଲେଖିଲା- ‘ମୋ ଠାରୁ ଦୂରରେ ରୁହ, ମୁଁ ଲକ୍ ଡାଉନ୍ ଉଲ୍ଲଂଘନ କରିଛି’

29/03/2020 at 5:10 PM

ଭୋପାଳ ୨୯।୩: ମଧ୍ୟପ୍ରଦେଶ ପୋଲିସର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି | ଏଥି ସହ ମଦ୍ୟପ୍ରଦେଶ ପୋଲିସକୁ ନିନ୍ଦା ମଧ୍ୟ କରାଯାଉଛି । ଏହି ଭିଡିଓରେ ଜଣେ ମହିଳା ପୋଲିସକର୍ମୀ ଘରକୁ ଫେରୁଥିବା ଶ୍ରମିକଙ୍କ କପାଳରେ ଲେଖିଛନ୍ତି, ‘ମୋ ଠାରୁ ଦୂରରେ ରୁହ, ମୁଁ ଲକ୍ ଡାଉନ୍ ଉଲ୍ଲଂଘନ କରିଛି ।’ ଏହି ଘଟଣା ଛତରପୁର ଜିଲ୍ଲାର ଗୌରୀହାର ପୋଲିସ ଷ୍ଟେସନର ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରୁ ୩ ଜଣ ଶ୍ରମିକ ଆସିଥିଲେ । ସେମାନେ ନିଜ ଘରକୁ ଯାଉଥିଲେ । ପୋଲିସ ସେମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଯଥା ପିଏଚସିକୁ ଯାଞ୍ଚ ପାଇଁ ପଠାଇଥିଲା | ଏହି ଲୋକମାନେ ଡାକ୍ତରଙ୍କୁ ଅପେକ୍ଷା କରିଥିବାବେଳେ ଜଣେ ମହିଳା ପୋଲିସ ଲକ୍ ଡାଉନ୍ ଭାଙ୍ଗିଥିବାରୁ ସେମାନଙ୍କୁ ଗାଳି ଦେଇଥିଲେ । ଏହା ପରେ, ପେନ୍ ସାହାଯ୍ୟରେ ସେମାନଙ୍କ କପାଳରେ ‘ମୋ ଠାରୁ ଦୂରରେ ରୁହ, ମୁଁ ଲକ୍ ଡାଉନ୍ ଉଲ୍ଲଂଘନ କରିଛି’ ଲେଖିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଏସପି କୁମାର ସୌରଭ ପୋଲିସକର୍ମୀକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ତାଙ୍କୁ ପୋଲିସ ଷ୍ଟେସନରୁ ବାହାର କରିଦେଇଛନ୍ତି । ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଏପରି କାର୍ଯ୍ୟ ନକରିବାକୁ କହିଛନ୍ତି ।

ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରିଛି । ମଧ୍ୟପ୍ରଦେଶ କଂଗ୍ରେସ ଏକ ଭିଡିଓ ପୋଷ୍ଟ କରି ଟ୍ବିଟ୍ କରିଛି ।
କିଛି ଦିନ ପୂର୍ବରୁ ରାଜ୍ୟରେ ବିଜେପି ପୁଣି ସରକାର ଗଠନ କରିଛି ।

ଏହାପୂର୍ବରୁ କମଲ ନାଥଙ୍କ ନେତୃତ୍ବରେ କଂଗ୍ରେସ ସରକାର ଥିଲା । ମାତ୍ର ୨୨ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ କମଲ ନାଥ ସରକାର ଭୁଶୁଡି ପଡିଥିଲା ।

ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

   Related Posts